oom

ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବଲାଙ୍ଗିର ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ମାହାର ସମାଜର ପାଞ୍ଚଟି ଜିଲ୍ଲାରର ସମାଜିକ ପ୍ରତିନିଧି ତଥା ମାହାର ସମାଜର ଲୋକଙ୍କୁ ନେଇ ଏକ ବିଶାଳ ମାହାର ସମାଜ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ମା’ ପାଟଣେଶ୍ୱରୀ ସମଲେଶ୍ଵରୀଙ୍କ, ବୁଢାଡଙ୍ଗରଠାରେ ପୂଜାର୍ଚ୍ଚନା କରି ସାରିବା ପରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମର ପରିକ୍ରମା କରିବା ପରେ ସଭାସ୍ଥଳରେ ପହଞ୍ଚିଥିଲେ । ସଭାସ୍ଥଳରେ ଗୋଲାପ ବାଗ, ରାଜେନ୍ଦ୍ର ହୋତା, ପଞ୍ଚାନନ ଭୋଇ, ଆଶୀର୍ବାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ମତ ରଖିଥିଲେ । ଏହା ପରେ ମହାର ସମାଜ ବଲାଙ୍ଗିର, ବରଗଡ, ସମ୍ବଲପୁର, ସୋନପୁର, ବଉଦ ଜିଲ୍ଲାର ପ୍ରତିନିଧି ନିଜର ମତବ୍ୟକ୍ତ ରଖି ସମାଜ ସଂସ୍କାର ଦିଗରେ ଆଲୋଚନା କରିଥିଲେ । ଗ୍ରାମର ତ୍ରିଭୁବନ ବାରିକ ହରିଶ୍ଚନ୍ଦ୍ର ବାରିକ ସଂଯୋଜନା କରିଥିବା ବେଳେ ଯୁବ ସମନ୍ୱୟ ମାହାର କମିଟି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.