oom

ପ୍ରତିଶୃତି ପାଇବା ପରେ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ପ୍ରତ୍ୟାହାର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମ୍ମୁଖରେ ଦିଆଯାଇଥିବା ଧାରଣା ଶୁକ୍ରବାର ପ୍ରତ୍ୟାହାର ହୋଇଛି । ଏନେଇ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଗଞ୍ଜାମ ଷ୍ଟେସନଠାରେ ରହିବ ଏବଂ ରେଳ ବିଭାଗ ଉଚ୍ଚ କତୃପକ୍ଷଙ୍କ ଆଲୋଚନା ପରେ ପୁରୀ ତିରୁପତି ଏକ୍ସପ୍ରେସ ଟ୍ରେନ ରହିବା ଉପରେ ନିଷ୍ପତି ନିଆଯିବ ବୋଲି ଖୋର୍ଦ୍ଧା ଡିଆର୍‌ଏମ୍‌ଙ୍କ ପ୍ରତିନିଧି ତଥା ଡିଭିଜିନାଲ କମର୍ସିୟାଲ ମେନେଜର ଗିରିଶ ଚନ୍ଦ୍ର ନାୟକ ଲିଖିତ ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିବା ବରିଷ୍ଠ ନାଗରିକଙ୍କ ପକ୍ଷରୁ ସୂଚନା ମିଳିଛି । ଗତକାଲି ଏନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ଲେଖିଥିଲେ । ସାଂସଦ ସାହୁଙ୍କୁ ମଧ୍ୟ ରେଳ ବିଭାଗ ପକ୍ଷରୁ ଉକ୍ତ ଚିଠି ପ୍ରଦାନ କରାଯାଇଥିବା ଜଣାପଡିଛି । ଏଥିସହ ପୌରାଞ୍ଚଳ ବରିଷ୍ଠ ନାଗରିକ ରାଷ୍ଟ୍ର ରେଳ ମନ୍ତ୍ରୀ ଦର୍ଶନା ଜୋର୍ଧ୍ୱସଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସିଆର୍‌ପିଏଫ୍‌ ଏଏସ୍‌ସି ସତୀଶ ଚନ୍ଦ୍ର ସାହେ ଉପସ୍ଥିତ ଥିଲେ । ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ମଙ୍ଗରାଜ ପଣ୍ଡା, ରମେଶ ଚନ୍ଦ୍ର ପଟ୍ଟନାୟକ, ପ୍ରଭାକର ପାଣିଗ୍ରାହୀ, ବ୍ରଜ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ଏନ୍‌ଏସି ବିଜେଡି ଯୁବସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଭାଗ୍ୟ ରେଡ଼ି, ଗ୍ରାସୀମ କମ୍ପାନୀ ୟୁନିୟନ ସମ୍ପାଦକ ଶ୍ୟାମା ରେଡ଼ି, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ବଣିକ ସଙ୍ଘର ସଭାପତି ଶଙ୍କର ବାରିକି, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.