ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ): ଭୁବନେଶ୍ୱର ସ୍ଥିତ ସୋୟା ୟୁନିଭରସିଟି ପରିସରରେ ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫଟୋଗ୍ରାଫିକ କମ୍ପାନୀ ତତ୍‌ ସଙ୍ଗେ ସଙ୍ଗେ ବିଭିନ୍ନ ଫଟୋଗ୍ରାଫି ଉପକରଣକୁ ନେଇ ଏକ ସୁନ୍ଦର ମେଳାର ଆୟୋଜନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶା ରାଜ୍ୟ ବାହାରୁ ହଜାର ସଂଖ୍ୟାରେ ଫଟୋଗ୍ରାଫରମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଏହି ଅଭିନବ ଆୟୋଜିତ ମେଳାକୁ ଆସିଥିବା ଫଟୋଗ୍ରାଫରମାନେ ମେଳା ଉପଭୋଗ କରିବା ସହ ଫଟୋଗ୍ରାଫିକ ଉପକରଣ ମାନ କ୍ରୟ କରିଥିଲେ । ତତ୍‌ସହିତ ଓଡ଼ିଶାର ସହର ତଥା ପୁରପଲ୍ଲୀର କେତେକ ବରିଷ୍ଠ ଫଟୋଗ୍ରାଫରମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବା ମଧ୍ୟରେ ବରଗଡ ଜିଲ୍ଲା ବରପାଲିର ବିନୟାନନ୍ଦ ସାହୁ ଏବଂ ବିକାଶନନ୍ଦ ସାହୁ ପାଇକମାଲଙ୍କୁ ଏହି ଭବ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.