csstore

ବିଶ୍ୱ ଅହିଂସା ଦିବସ ପାଳନ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ବିଶ୍ୱ ଅହିଂସା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର କାଦୁଆ ସ୍ଥିତ ଉତ୍କଳମଣୀଙ୍କ ପ୍ରତିଷ୍ଠିତ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ସାରସ୍ୱତ ସାଧକ ଫକୀର ଚରଣ ପାଢୀଙ୍କ ରଚିତ ଗାନ୍ଧୀ ଜୀବନୀ ପୁସ୍ତକ ‘ଧନ୍ୟବାଦ’ ଲୋକାର୍ପିତ ହୋଇଯାଇଅଛି । ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ବିଭୁତି ଭୁଷଣ ପଟ୍ଟନାୟକ, ଐତିହାସିକ ତଥା ଗବେଷକ ଭୀମସେନ ମହାପାତ୍ର, ଶିଶୁ ସାହିତ୍ୟିକ ଡକ୍ଟର ହେମନ୍ତ କୁମାର ଛୋଟରାୟ, ଶିକ୍ଷକ ତଥା ସାହିତ୍ୟିକ ମହେନ୍ଦ୍ର କୁମାର ତ୍ରିପାଠୀ, ପ୍ରକୃତିମିତ୍ର କବି ତଥା ଆଇନଜୀବୀ ହୃଷୀକେଶ ପାଢୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚିତ କରିବା ସହ ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକଟିକୁ ଅତିଥିମାନେ ସମୀକ୍ଷା କରିବା ସହ ଲେଖକ ଶ୍ରୀଯୁକ୍ତ ପାଢୀଙ୍କର କୁଶଳୀ ଲେଖନୀ ଚାଳନାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଗାନ୍ଧୀ ଅବସ୍ଥାନ କରିଥିବା ସ୍ଥାନମାନଙ୍କରେ ଉକ୍ତ ‘ଧନ୍ୟବାଦ’ ପୁସ୍ତକଟିକୁ ଲୋକାର୍ପଣ କରିବା ପାଇଁ ଅତିଥିମାନେ ମତପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.