ରାଷ୍ଟ୍ରଭାଷାରେ ପରୀକ୍ଷା ଦେଲେ ୧୫୯ ପରୀକ୍ଷାର୍ଥୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଆନୁକୂଲ୍ୟରେ ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ କେନ୍ଦ୍ରରେ ରାଷ୍ଟ୍ରଭାଷା ପ୍ରଚାର ସମିତି, ଓ୍ବର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ପ୍ରାଥମିକ, ପ୍ରାରମ୍ଭିକ, ପ୍ରଦେଶ, ପରିଚୟ, କୋବିଦ ଓ ରତ୍ନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଗତ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଅନୁଷ୍ଠିତ ପରୀକ୍ଷାରେ ରାଉରକେଲା ଓ ଆଖପାଖ ବିଭିନ୍ନ ବିଦ୍ୟାଳୟର ତଥା ମହାବିଦ୍ୟାଳୟ ର୧୫୯ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ସଂସ୍ଥାନର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ତଥା ସମ୍ପାଦକ ଡଃ ଜଗନ୍ନାଥ ଦାଶ ଜଣାଇଛନ୍ତି ।

Leave A Reply

Your email address will not be published.