ଲକ୍ଷ୍ମୀପୁର ଖେରୀ ଗଣହତ୍ୟାର ସ୍ମାରକୀ ଦିବସରେ ଦେଶବ୍ୟାପୀ କଳା ଦିବସ ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଓ କୃଷକମାନଙ୍କ ଦାବୀକୁ ସରକାର ମାନି ନେବା ଦାବୀରେ ଗତ ୨୦୨୧ରେ ଦେଶବ୍ୟାପୀ ଲକ୍ଷ ଲକ୍ଷ କୃଷକ, ଶ୍ରମିକ ଆନ୍ଦୋଳନ କରୁଥିବା ବେଳେ ଲକ୍ଷ୍ମୀପୁର ଖେରୀଠାରେ ରାଜରାସ୍ତାରେ ହଜାର ହଜାର କୃଷକଙ୍କ ଶାନ୍ତି ପୂର୍ଣ୍ଣ ଗଣଧାରଣା ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ସିଂହ ଟେନିଙ୍କ ପୁତ୍ର ଆଶିଷ ମିଶ୍ର ଗାଡ଼ି ଚଢାଇ ଦେବା ଫଳରେ ଘଟଣାସ୍ଥଳରେ ୩ ଜଣ କୃଷକ ନେତା, ଜଣେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କରିଥିଲେ ଓ ଅନେକ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିଲେ । ଏହି ଅମାନବୀୟ ଘଟଣା ପ୍ରତିବାଦରେ ସାରା ଦେଶରେ ଶ୍ରମିକ, କୃଷକ ଓ ସାଧାରଣ ଜନତା ରାଜରାସ୍ତାରେ ପ୍ରତିବାଦ କରିବା ସହ ମନ୍ତ୍ରୀ ଅଜୟ ସିଂହ ଟେନିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବା ସହିତ ତାଙ୍କ ବିରୁଦ୍ଧରେ ଓ ତାଙ୍କ ହତ୍ୟାକାରୀ ପୁଅକୁ ତୁରନ୍ତ ଗିରଫ ଦାବୀ କରିଥିଲେ । ଅତ୍ୟନ୍ତ ଦୁଃଖର କଥା ଘଟଣାକୁ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ନା ଗିରଫ କଲେ ନା ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କଲେ । ଆଜି କୃଷକ ଗଣହତ୍ୟାର ସ୍ମାରକୀ ଦିବସ ଅବସରରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କର୍ମଚାରୀ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ କଳା ଦିବସ ପାଳନ କରାଯିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି । ସେହି ପରିପ୍ରେକ୍ଷୀରେ ରାଉରକେଲା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରେ ଆଇ ଏନ୍ ଟି ୟୁ ସି, ସି ଆଇ ଟି ୟୁ, ଏଚ୍‌ଏମ୍‌ଏସ୍‌, ଏଆଇ ଟି ୟୁ ସି, ଏ ଆଇ ୟୁ ଟି ୟୁ ସି, ଏ ଆଇ ସି ସି ଟି ୟୁ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଅଜୟ ସିଂହ ଟେନିଙ୍କୁ ବରଖାସ୍ତ କରିବା ସହିତ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୋଦୀ ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଏହି ବିକ୍ଷୋଭରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ଶକୁନ୍ତଳା ମହାକୁଡ଼, ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର, ଅଜୟ ଶର୍ମା, ଯଯାତି କେଶରୀ ସାହୁ, ଏନ୍ ଏନ୍ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା, ବସନ୍ତ ପାଢ଼ୀ, ଅଶୋକ ମିଶ୍ର, ବଛିରାମ ବେହେରା, ସାଗର ଛୋଟରାୟ, ମିହିର ପାତ୍ର, ଆର୍ତ୍ତତ୍ରାଣ ବେହେରା, ଶୁଖେନ୍ଦୁ ପାତ୍ର, ରାମୁ ବାରିକ୍, ପ୍ରମୋଦ ପରିଡ଼ା, କିଷାନ ମୋର୍ଚ୍ଚା ସଂଯୋଜକ ସୁରେନ୍ଦ୍ର ଦାଶ, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା, ଆଇ ଏନ୍ ଟି ୟୁ ସି ରାଉରକେଲା ସଭାପତି ନିହାର ଦାସ, ଏଚ୍‌ଏମ୍‌ଏସ୍‌ ନେତା ଅକ୍ଷୟ ନାୟକ, ଏ ଆଇ ଟି ୟୁ ସି ନେତା ପଞ୍ଚାନନ ସୁନା, ୟୁ ଟି ୟୁ ସି ନେତା ସୁବାଷ ଦଣ୍ଡାପାଟ, ବିରେନ ନାୟକ, ସେକ୍ ଇସଲାମ, ବିଦ୍ୟୁତ ମହାନ୍ତ, କିନୋ ଲୋହାର, ଏ ଆଇ ସି ସି ଟି ୟୁ ନେତା ସୁବାଷ ଜାମୁଡାଳିଆ, ଶ୍ରୀକାନ୍ତ ସାହୁ ପ୍ରମୁଖଙ୍କ ସମେତ ବହୁ ସମର୍ଥକ ସାମିଲ ହୋଇଥିଲେ ।

Leave A Reply

Your email address will not be published.