jayashree

ଗାନ୍ଧୀ ପିସ୍ ଫାଉଣ୍ଡେସନର ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ପିସ୍ ଫାଉଣ୍ଡେସନ୍ ରାଉରକେଲା ଶାଖା ତରଫରୁ ଗାନ୍ଧୀ ଜୟନ୍ତୀ ନିଆରା ଢଂଗରେ ପାଳନ କରାଯାଇଥିଲା । ଅକ୍ଟୋବର ୧ ତାରିଖ ଦିନ ସ୍କାଉଟ୍ ଓ ଗାଇଡ୍ ଛାତ୍ର ଛାତ୍ରୀଙ୍କୁ ନେଇ ବସ୍ତି ସଫେଇ ଓ ବିଦ୍ୟଳୟ ପରିସର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଅନୁପମ ଗୁପ୍ତା ଓ ସାଥୀମାନଙ୍କ ସହାୟତାରେ ଆଇଜିଏଚ୍‌ରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ ରେଳ ଷ୍ଟେସନରେ ବସ୍ତ୍ରଦାନ କାର୍ଯ୍ୟକ୍ରମରୁ ଆରମ୍ଭ କରିଥିଲେ । ବର୍ଷା ଯୋଗୁଁ ଗାନ୍ଧୀ ଉଦ୍ୟାନରେ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଥିଲା । ମାତ୍ର ବର୍ଷା ସ୍କାଉଟ୍ ଓ ଗାଇଡ୍ ପିଲାମାନଙ୍କୁ ରୋକି ପାରି ନଥିଲା, ୧୫୦ଜଣ ଛାତ୍ର ଛାତ୍ରୀ ସେମାନଙ୍କ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ତତ୍ତ୍ବାବଧାନରେ ଗାନ୍ଧୀ ଉଦ୍ୟାନ ସେକ୍ଟର ୧୮ରେ ଉପସ୍ଥିତ ରହି ଏକ ନିରାମ୍ବଡର ଶାନ୍ତ ପରିବେଶ ମଧ୍ୟରେ ଉତ୍ସବ ପାଳନ କରିଥିଲେ । ସମବେତ କଣ୍ଠରେ ରାମଧୂନ ପାଠ ଗାନ୍ଧୀଙ୍କର ସାବରମତୀର ଭ୍ରମ ସୃଷ୍ଟି କରିଥିଲା । ଏହି ଉତ୍ସବର ପରିକଳ୍ପନା ଗାନ୍ଧୀ ପିସ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଜଷ୍ଟିସ୍ ମନୋରଂଜନ ମହାନ୍ତିଙ୍କର ଥିଲା । ଏହାକୁ ଗାନ୍ଧୀ ପିସ୍ ଫାଉଣ୍ଡେସନ୍ ରାଉରକେଲା ଶାଖାର ସଂଚାଳକ ଅନୁପମ ଗୁପ୍ତା ସାକାର କରିଥିଲେ । ଅନୁଷ୍ଠାନର ସଦସ୍ୟ ରବିଦାସଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିଲା ।

Leave A Reply

Your email address will not be published.