ଆଗଲପୁର, (ସୁଶୀଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରୁ ବାହାରିଥିବା ସାଇବର ସୁରକ୍ଷା ରଥ ଆଗଲପୁର ବ୍ଲକ ରୋତ୍ ମହାବିଦ୍ୟାଳୟରେ ପହଞ୍ଚିଥିବା ଦେଖବାକୁ ମିଳିଛି । ସାଇବର ରଥକୁ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ସନ୍ତୋଷ ରଥଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ତେଣୁ ସାଇବର ଠକେଇ ଶିକାରରୁ ରକ୍ଷା ପାଇବା ପାଇଁ ଏକ ଟୋଲଫ୍ରି ନମ୍ବର ୧୯୩୦ଜାରି ହୋଇଥିବା ପ୍ରକାଶ କରାଯାଇଥିଲା । ଉକ୍ତ ଅଭିଯାନରେ ଆଗଲପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରୁ ପଂଚାୟତ ପ୍ରତିନିଧି ସମେତ ବହୁ ସାଧାରଣ ଜନତା ଯୋଗ ଦେଇଥିଲେ । ଲୋକମାନଙ୍କୁ ସାଇବର ଠକେଇ ଉପରେ ସଚେତନ କରିବା ପାଇଁ ଏକ ମନୋରଂଜନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥିଲା । ସାଇବର ଥାନାର ଜ୍ୟୋତ୍ସ୍ନାମୟୀ ବେହେରାଙ୍କ ତତ୍ୱାବଧାନରେ ଆଗଲପୁର ଥାନା ଓଆଇସି ବାସୁଦେବ ଭୋଇ, ଅନ୍ତର୍ଯ୍ୟାମୀ ବେହେରା, ଶାହା ବାବୁଙ୍କ ସହ ଥାନାର ସମସ୍ତ କର୍ମଚାରୀ ତଥା ରୋତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।