ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବାହାରିଲା ସଚେତନତା ଶୋଭାଯାତ୍ରା, ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ଟୁକୁନି ସାହୁ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡର ଦାଦୀଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ନିଜର ସ୍କୁଲରେ ଏହି ଜୟନ୍ତୀ ପାଳନ କରାଯିବା ସହ ସହରବାସୀଙ୍କୁ ଅହିଂସା ଓ ସ୍ୱଚ୍ଛତା ବାର୍ତ୍ତା ଦେବା ପାଇଁ ସହର ସାରା ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି । ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ବେଶରେ ସଜ୍ଜିତ କରି ଏକ ଗାଡ଼ିରେ ସ୍ୱଚ୍ଛତା ଓ ଅହିଂସାର ବାର୍ତ୍ତା ଦେବା ସହ ପ୍ଲାଷ୍ଟିକ ବ୍ୟବହାର ବର୍ଜନ, ନିଜ ପରିସରରେ ଅଳିଆ ଆବର୍ଜ୍ଜନା ନପକାଇବାକୁ ସଚେତନ କରିବା ସହ କାଗଜ ଠୁଙ୍ଗା ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ସ୍କୁଲରୁ ଏହି ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଏକ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା ବାର୍ତ୍ତା ଦିଆଯାଇଛି । ଏହି ଶୋଭାଯାତ୍ରା ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ଛକରେ ଟିଟିଲାଗଡର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଦେଖି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହିଭଳି ଉଦ୍ୟମ ପାଇଁ ସ୍କୁଲ ପରିଚାଳନା କମିଟି, ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ପ୍ରସଂଶା କରିଥିଲେ । ଟିଟିଲାଗଡ ରୋଟାରୀ କ୍ଲବର ସଦସ୍ୟମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରତି ମାସରେ ଥରେ ଏହି ସ୍ୱଚ୍ଛତା ଅଭିଜାନ ସହରର ବିଭିନ୍ନ ସ୍ଥାନରେ କରାଯିବାକୁ ସେମାନେ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଅଧକ୍ଷା ଡ.ସୁନନ୍ଦା ଜତି, ସ୍କୁଲ କୋର୍ଡିନେଟର ପ୍ରମୋଦ କୁମାର ପାଲ, ସ୍କୁଲର ଡାଇରେକ୍ଟର ଆଡ୍ମିନ୍ ଧରିତ୍ରୀ ମହାନ୍ତି, ଡାଇରେକ୍ଟର ଏକାଡେମିକ୍ ସନ୍ତୋଷ ମଲ୍ଲିକ, ଭାଇସ୍ ପ୍ରିନ୍ସିପାଲ ପୀତାମ୍ବର ଶର୍ମା, ସିଇଓ ଉଦୟ ଚନ୍ଦ୍ର ମହାପାତ୍ର, ହେଡ୍ କୋର୍ଡିନେଟର ଅନୁପମା ଚୌଧୁରୀଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ରୋଟାରୀ କ୍ଲବର ମହେଶ ଇନ୍ଦୋରିଆ, ସମ୍ପାଦକ ପ୍ରମୋଦ କୁମାର ପାଲ, ଏଡ୍ଭାଇଜର ଆନନ୍ଦ ଜୈନ ଏବଂ ସଦସ୍ୟ, ଲିଗାଲ ଏଡ୍ଭାଇଜର ମନୋଜ କୁମାର ହାତୀ, ଯୁବ ଉଦ୍ୟୋଗୀ ଶୈଳେଶ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ । ଟିଟିଲାଗଡ ପୌରପରିଷଦ ତରଫରୁ ବିଭିନ୍ନ ସଫେଇ ସାମଗ୍ରୀ ଯୋଗାଇ ଦେଇଥିବାରୁ ସ୍କୁଲ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।