ଧନୁଯାତ୍ରା ବନ୍ଦ ଘୋଷଣାକୁ ବିରୋଧ କଲେ କୋସଲ ସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ୭୨ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ ଘୋଷଣା କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଏହି ବାତିଲ ଘୋଷଣାକୁ ବିରୋଧ କରିଛି କୋସଲ ସେନା । ଧନୁଯାତ୍ରା କେବଳ ଯାତ୍ରା ନୁହେଁ, ଅଞ୍ଚଳର ଭାବାବେଗ ସହିତ ଜଡ଼ିତ ଅଛି । ଏହାକୁ ବନ୍ଦ କରାନଯାଉ ବୋଲି ଦାବୀ କରିଛନ୍ତି କୋସଲ ସେନାର ସଦସ୍ୟମାନେ । ଏହି ପରିପ୍ରେକ୍ଷୀରେ ଆଜି କୋସଲସେନାର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପାଞ୍ଚଦିନ ଭିତରେ କୋସଲସେନାର ଦାବୀ ବିଷୟରେ ବିଚାର ନକଲେ ଆଗାମୀ ଦିନରେ ଅଞ୍ଚଳର ଧନୁଯାତ୍ରା ପାଇଁ ପୁଣି ଥରେ ରାଜରାସ୍ତାକୁ କୋସଲସେନା ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ କରି ସାରିବା ପରେ କୋସଲ ସେନାର କର୍ମୀମାନେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମତାମତ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.