ଭିନ୍ନକ୍ଷମ ଚୁମକି ମାଝୀଙ୍କୁ ଭତ୍ତା ପ୍ରଦାନ ଦାବୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଦେଢ଼ ଶୁଳୀର ରୁବେଟ ଗ୍ରାମର ଜଣେ ଭିନ୍ନକ୍ଷମଙ୍କୁ ଏଯାଏଁ ମିଳି ପାରିନି ଭତ୍ତା । ବଣ ପାହାଡ ଘେରା ଏଇ ଅଞ୍ଚଳର ଲୋକେ ଅଶିକ୍ଷିତ ଥିବା କାରଣରୁ ବିଭିନ୍ନ ସମୟରେ ଯୋଜନା ସବୁ ଅପହଞ୍ଚ ହୋଇ ରହିଯାଉଛି । ସୂଚନା ମୁତାବକ, ଏହି ଗ୍ରାମର ଗାତ୍ର ମାଝୀ ଓ ଗସକାଲି ମାଝୀଙ୍କ ଝିଅ ଚୁମକି ମାଝୀ (୧୭) ଜନ୍ମରୁ ବାକ୍ ଓ ଶ୍ରୁତି ବାଧିତ ହୋଇଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର ଟିଏ ବି ହୋଇ ପାରିନି । ତେଣୁ ବିଭାଗୀୟ କର୍ମଚାରୀ ତାଙ୍କୁ ସହଯୋଗ ପ୍ରଦାନ ପୂର୍ବକ ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.