ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରଥମେ ମାଣିକେରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ପରେ ସିଂହପୁର ଶ୍ରୀରାମ ମନ୍ଦିର ମଣ୍ଡପଠାରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଉକ୍ତ ଦୁଇଟି ସ୍ଥାନରେ ପ୍ରବଚନ ପରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମ.ରାମପୁର ପ୍ରବଚନ ସମିତି ଆନୁକୂଲ୍ୟରେ ସମିତିର ସଭାପତି ହୀତେନ୍ଦ୍ର ମହାନ୍ତି, ସମ୍ପାଦକ ବିଭୂତି ଭୂଷଣ ମହାଖୁଡ଼, ସଦସ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ସୂର୍ଯ୍ୟସେନ ମହାଖୁଡ଼ଙ୍କ ତତ୍ତ୍ଵାବଧାନରେ ଏହି ପ୍ରବଚନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିସହ ସେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଜୁଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଣ୍ଡଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍‌ବୋଧନ ଦେଇଥିଲେ । ଆଜି ଯଜ୍ଞ ଓ ପ୍ରବଚନ ସହ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବଚନ ସମିତିର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.