csstore

ସ୍ୱେଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀଗିଡା ଗ୍ରାମରେ ରହିଥିବା ଗାନ୍ଧିଜୀ କ୍ଲବର ୫୪ତମ ବର୍ଷିକୀ ମୋହତ୍ସବ ତଥା ଜାତୀୟ ରକ୍ତଦାତା ଦିବସ ଅବସରରେ ଶ୍ରୀଗିଡା ଗ୍ରାମରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜିର ରକ୍ତଦାନ ଶିବିରକୁ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଦେଶ କ୍ରମେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରୋଜି ନାଏକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁମାର ବେହେରା ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଶିବିରରେ ମୋଟ ୩୬ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗୃହିତ ହୋଇଥିଲା ତେବେ ଆଜିର ରକ୍ତଦାନ ଶିବିରକୁ ସଫଳ ମଣ୍ଡିତ କରିବାକୁ ଯାଇ ଶ୍ରୀଗିଡା ସରପଞ୍ଚ ତଥା ଗାନ୍ଧିଜୀ କ୍ଳବର ସଭାପତି ଲୋକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଦୀପକ ବାରିକ, ଜିତୁ ନାଏକ, କମଳାକାନ୍ତ ସା, ବୁଲୁ ସାହୁ ଓ ରଞ୍ଜିତ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.