csstore

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଭଗବାନ ବାମନଙ୍କର ଜନ୍ମ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଭଗବାନ ବାମନଙ୍କର ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥିଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ ସଭାପତି ଧନଞ୍ଜୟ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏ ବାମନ ଜନ୍ମ ଉତ୍ସବରେ ବ୍ରାହ୍ମଣ ମହାସଭାର ଉପଦେଷ୍ଟା ନୀଳମଣି ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସାଂଗଠାନିକ ସଂପାଦକ କିଶୋର କୁମାର ପୁରୋହିତ, ସଂପାଦକ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାଏକ, ପୁରୁଷୋତ୍ତମ ପଣ୍ଡା, ରଘୁନାଥ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, କିଶୋର ମିଶ୍ର, ସନ୍ତୋଷ କୁମାର ଶତପଥି, ଶ୍ୟାମ ସୁନ୍ଦର ଦାଶ, ସଂକିର୍ତ୍ତନ ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ସୁବାଷ ଶତପଥି, ଗୋବିନ୍ଦ ହୋତା, ସନ୍ତୋଷ ତ୍ରିପାଠୀ, ଚକ୍ରଧର ପଣ୍ଡା, ଜୟନାରାୟଣ ବେହେରା, ମନୋରଂଜନ ତ୍ରିପାଠୀ ଓ ଅନ୍ୟାନ୍ୟ ବିଶିଷ୍ଟ ବୈଦିକ ବ୍ରାହ୍ମଣ ଆଦି ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.