csstore

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରର ଇଣ୍ଡୋର ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଦ୍ଵିତୀୟ ଦିନ ଖେଳରେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ କ୍ୱାର୍ଟର ଫାଇନାଲରେ କୋରାପୁଟ, କଟକ, ସମ୍ବଲପୁର ଓ ସୁନ୍ଦରଗଡ ପ୍ରବେଶ କରିଛନ୍ତି । ସେହିପରି ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ ବରଗଡ, ସମ୍ବଲପୁର, ମୟୂରଭଞ୍ଜ, କୋରାପୁଟ ଉନ୍ନୀତ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛନ୍ତି । ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ସମ୍ବଲପୁର ଓ ଭୁବନେଶ୍ୱର ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଆସନ୍ତା ତା ୨୮/୦୯/୨୩ରେ ସମସ୍ତ ବିଭାଗର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଆଜି ଖେଳକୁ ଡକ୍ଟର ରମେଶ ଚନ୍ଦ୍ର ସ୍ଵାଇଁ, ହେମନ୍ତ ପଧାନ, ତ୍ରିବିକ୍ରମ ରଣା, ଗୁପ୍ତେଶ୍ୱର ସାହୁ, ରୂପକ ରଞ୍ଜନ ମହାନ୍ତି, ଅଜୟ ପଧାନ, ନବକିଶୋର ପଣ୍ଡା, ରାଜେଶ ସେଠୀ, ଦିଲୀପ ବେହେରା, ଦେବାଶିଷ ମହାରଣା, ସୁବ୍ରତ ମିଶ୍ର, ଶଙ୍କର୍ଷଣ ବେହେରା, ଦିଲୀପ ପାଲ, ସନ୍ତୋଷ କୁମାର ସାହୁ, ଜ୍ଞାନରଞ୍ଜନ ସ୍ୱାଇଁ, ବିଶ୍ଵନାଥ ପଢ଼ାନ, ରାଜେଶ ସେଠୀ, ଚନ୍ଦ୍ର ଶେଖର ମେହେର, ସନ୍ତୋଷ ମେହେର, ବିନୋଦ ମହାପାତ୍ର, ସରୋଜ କୁମାର ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.