oom

ସ୍ଵରାଗିଣୀ ତରଫରୁ ମା’ ଖୁଦୁରୁକୁଣୀ ମେଲଣ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵରାଗିଣୀ ଅନୁଷ୍ଠାନ ତରଫରୁ ମା’ ଖୁଦୁରୁକୁଣୀ ମେଲଣ ୨୦୨୩ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ଵ, ଉପସଭାପତି ସ୍ଵର୍ଣ୍ଣପ୍ରଭା ପଲାଇଙ୍କ ଆବାହକତ୍ଵ ଓ କାର୍ଯ୍ୟକାରୀ ସଭାପତି ମମତାଞ୍ଜଳି ଦାସଙ୍କ ମଞ୍ଚ ସଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ସମ୍ମାନିତ ଅତିଥି ଭାବେ ଚାମ୍ବର ଅଫ କମର୍ସର ସଭାପତି ସୁନିଲ କୟାଲ, ସମାଜସେବୀ ଗୌତମ ମିଶ୍ର, ନିବେଦିତା ମିଶ୍ର, ଅନିଲ ବାୱରା, ଇନ୍ଦ୍ରଜିତ ସିଂ, ସେହେଜାଦ ସାଜିଦ, ସୁସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇ ମେଲଣ ବୁଲିବା ସଙ୍ଗେ ସଙ୍ଗେ ଏଭଳି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାବିତ ସବିତା ରାଣୀ ମହାପାତ୍ର, ବୀଣାପାଣି ରଥ, ନିରୁପମା ପତି, ବିଶ୍ୱଜିତା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଲଣରେ ସହରର ପ୍ରାୟ ୪୭ଟି ମୂର୍ତ୍ତି ଯୋଗଦେଇ ଥିବା ବେଳେ ଅତିଥିମାନେ ସେମାନଙ୍କ ମଧ୍ୟରୁ ମୂଲ୍ୟାଙ୍କନ କରି ସୁନ୍ଦର ମୂର୍ତ୍ତି ସହ ସାଜସଜ୍ଜା ପାଇଁ ଶ୍ରେଷ୍ଠ ୩ଜଣଙ୍କୁ ମନୋନୀତ କରି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ସମ୍ପାଦିକା ପୁଷ୍ପଲତା ପ୍ରଧାନଙ୍କ ଓଡ଼ିଆ ଆଲବମ ମୋତେ ଇସ୍କ ହେଲାରେକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଵରାଗିଣୀ ପରିବାର ତରଫରୁ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦୀପ୍ତି ନାୟକ, ସୁନିତା ବିଶ୍ୱାଳ, ରଶ୍ମିରାଣୀ ନାୟକ, ଶ୍ଵେତା ରାଉତ, ବିଷ୍ଣୁପ୍ରିୟା ସାହୁ, ସାଗରିକା ସାହାଣୀ, ପଦ୍ମାରାଣୀ ବେହୁରା, ପ୍ରତିମା ବେହେରା, ମୀନତି ତ୍ରିପାଠୀ, ଉର୍ମିଳା ପରିଡ଼ା, ବାସନ୍ତୀ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ସ୍ଵର୍ଣ୍ଣପ୍ରଭା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.