csstore

ପଦ୍ମପୁର ଯୁବମୋର୍ଚ୍ଚା ବିଜେପି ତରଫରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆଜି ପଦ୍ମପୁର ସ୍ଥିତ ସ୍ଥାନୀୟ ଟାଉନ ହଲଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମ ଦିନ ପାଳନ ପୂର୍ବକ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ବହୁ ସଂଖ୍ୟାରେ ଯୁବକ ତଥା ସ୍ବେଛାକୃତ ରକ୍ତଦାତା ଯୋଗ ଦେଇ ରକ୍ତଦାନ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତଥା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଡା ଲମ୍ବୋଦର ପଣ୍ଡା, ଜିଲ୍ଳା ଉପ ସଭାପତି ସରୋଜ ସାମଲ, ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ସରସ୍ଵତୀ ସାହୁ, ମକରଧ୍ବଜ ବାଗର, ପ୍ରମିଳା ମେହେର, ଜ୍ୟୋତ୍ସ୍ନା ରାଣୀ କର, କୁନାଲ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ରଞ୍ଜୁ ସେଠ୍, ସୁନୀଲ ଅଗ୍ରୱାଲ, ସଞ୍ଜୟ ବେହେରା ପ୍ରମୁଖ ଭାରତ ମାତାଙ୍କର ପ୍ରତିଛବିରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ ପୂର୍ବକ ଶିବିର ଆରମ୍ଭ କରିଥିବା ବେଳେ ମୋଟ ୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ତେବେ ଏହି ଶିବିରରେ ପଦ୍ମପୁର ବ୍ଲଡ଼ ବ୍ୟାଙ୍କ ତରଫରୁ ସଂଗ୍ରାମ କେଶରୀ ମାହୁନ୍ତ, ଦୀପକ ସାହୁ, ହିତେଶ ସାହୁ, ଦୀନେଶ ସାହୁ, ଗଣେଶ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଯୁବମୋର୍ଚ୍ଚା ତରଫରୁ ନରେଶ ସୁନ୍ଦର ସାହୁ, ଅମିତ କୁମାର ଗର୍ଗ, ପ୍ରମୋଦ ମେହେର, ନରୋତ୍ତମ ପଧାନ, ମଣ୍ଟୁ ପାଣ୍ଡେ, ଦୀନେଶ ବାରିକ, ନୀତେଶ ସାହୁ, ବିକି ଅଗ୍ରୱାଲ, ସୁରେନ୍ ପ୍ରଧାନ, ଦୀପକ ବାରିକ, ସୁରଜ୍ ସୁନା, ଗୋକୁଲା ବଗର୍ତ୍ତି, ହିତେଶ ଅଗ୍ରୱାଲ, ୱାରିଶ ଖାଁ, ରଞ୍ଜନ ସାହୁ, ସୁଜିତ ମେହେର ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ବହନ କରିଥିଲେ ।

jayashree
Leave A Reply

Your email address will not be published.