csstore

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ମଦନପୁରଠାରେ ଅବିଭାବକ ସହଭାଗିତା କାର୍ଯ୍ୟକ୍ରମ : “ଆମେ ଜାଣିବା, ଆମେ ଜିତିବା”   

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଆଜି  ଅଭିଭାବକ ସହଭାଗିତା “ଆମେ ଜାଣିବା, ଆମେ ଜିତିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୋଡାଲ ଅଫିସର ଓ ମୁଖ୍ୟ ଅତିଥି ରୂପେ ଯୋଗାଣ ନିରୀକ୍ଷକ ସନ୍ତାକାର ପଧାନ, ସମ୍ମାନୀତ ଅତିଥି  ଭାବେ ସ୍କୁଲ ସଭାପତି ରାୟସିଂ ପାତ୍ର, ସିଆର୍‌ସି ସନ୍ତୋଷ ସାହୁ, ସମାଜସେବୀ ତଥା ସାମ୍ବାଦିକ ପ୍ରଦୀପ କୁମାର ସାହୁ, ପୂର୍ବତନ ଶିକ୍ଷକ କୈଳାସ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଶିକ୍ଷାର ମହତ୍ତ୍ୱ, ବିଦ୍ୟାଳୟର ଉନ୍ନତି ଉପରେ କହିବା ସହ କୃତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମୀନକେତନ ସୁନା । ଧନ୍ୟବାଦ ଅର୍ପଣ କରିଥିଲେ  ବିଜ୍ଞାନ ଶିକ୍ଷକ ମୁକେଶ ନାଏକ । ଏଥିରେ ଖେଳ ଶିକ୍ଷକ ଅରୁଣ କୁମାର ଭୋଇଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ପିରାମିଡ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଭିଭାବକମାନଙ୍କ ନିମନ୍ତେ ବିଭିନ୍ନ ପତିଯୋଗିତା କରାଯାଇଥିଲା । ଏଥିରେ ଶିକ୍ଷକ  ପ୍ରତ୍ୟୁଷ କୁମାର ଭୋଇ, ବବରୁ ବାହାନ ଭୋଇ, ଭଗବାନ ଧରୁଆ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ଶୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ, ଅରୁଣବାଲା ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ । ସ୍ବାସ୍ଥ୍ୟ, ଉଦ୍ୟାନ, କୃଷି, ମହିଳା ଓ ଶିଶୁ, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ଓ ଶିକ୍ଷା ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଜନାହିତକାରୀ ଯୋଜନା ବିଷୟରେ ସଚେତନ କରିଥିଲେ । ଅଭିଭାବକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୂରାତନ ଛାତ୍ର, ଯୁବ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.