oom

ଟିଟିଲାଗଡ ହାଟପଦାପଡ଼ାର ୬୩ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମା’ ଦୁର୍ଗାଙ୍କ ପୂଜା । କମିଟିର ବରିଷ୍ଠ ସଦସ୍ୟ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ସ୍ଥାନୀୟ ଦୁର୍ଗା ମଣ୍ଡପ ସମ୍ମୁଖରେ ୬୩ତମ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପାଇଁ ସଭାପତି ଗିରିଜାକାନ୍ତ ରଥ (ଟିଟୁ), ଉପସଭାପତି ଅଭିଳାଷ ଦାସ, ସମ୍ପାଦକ ଅନୁପ ଦାସ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସହ ସମ୍ପାଦକ ନୀଳ କଟା ଚୟନ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ଶୁଭ୍ରାଂଶୁ ଦାସ, ସୁବୋଧ ଦାସ, ନୀଳାମ୍ବର ମିଶ୍ର, ସୁଶାନ୍ତ ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ସରାଫ, ଶ୍ରୀପତି ସାହୁ ରହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଚନ୍ଦନ, ସଞ୍ଜୀବ ପାଣିଗ୍ରାହୀ, ସୁନିଲ ଆଚାର୍ଯ୍ୟ, ସୂର୍ଯ୍ୟ ଚୌଧୁରୀ, ସଞ୍ଜୟ ନାୟକ, ରାକେଶ ଷଡଙ୍ଗୀ, ମନୋଜ ବଗର୍ତ୍ତି, ଜିତେନ୍ ବାଗ, ଘୁରଲୁ ବେହେରା, ଚୈତନ୍ ହଂସ, ବନ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କମିଟି ଗଠନ ହେବା ପରେ ନୂତନ କର୍ମକର୍ତ୍ତା ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାସୁଣୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.