oom

ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘ ଓଡିଶା ରାଜ୍ୟ ସଭାପତି ତଥା ‘ନବୀନ’ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତା ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି । ଏକ ଶୋକବାର୍ତ୍ତା ଜରିଆରେ ଶ୍ରୀ ରଥ କହିଛନ୍ତି ଯେ, ସ୍ୱର୍ଗତ ପରିଡା ଦୈନିକ ‘ସମାଜ’ରେ କାର୍ଯ୍ୟକରି ଅବସର ନେବା ପରେ ଶେଷ ଜୀବନ ପର୍ଯ୍ୟନ୍ତ ନିଜସ୍ୱ ଉଦ୍ୟମରେ ‘କଳିଙ୍ଗପ୍ରଭା’ ନାମକ ଏକ ପାକ୍ଷିକ ଖବରକାଗଜ ପ୍ରକାଶ କରି ଏହାର ସଂପାଦକ ଦାୟିତ୍ୱ ନିର୍ବାହ କରିଆସୁଥିଲେ । ଦୈନିକ ସମ୍ବାଦର ପ୍ରତିନିଧି ଭାବରେ ସେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡିଶାରେ ସାମ୍ବାଦିକ ସଂଗଠନକୁ ମଜବୁତ କରିବାରେ ତାଙ୍କର ଅନନ୍ୟ ଭୂମିକା ରହିଥିଲା । ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର କର୍ମକର୍ତ୍ତା ରହି ସଂଘକୁ ସୁଦୃଢ କରିବା ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ରଥ କହିଛନ୍ତି । ଏହି ଅବସରରେ ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.