ଖପ୍ରାଖୋଲ ଅଞ୍ଚଳ ରେ ମଣ୍ଡି ବ୍ୟବସ୍ଥା ନଥିବାରୁ ମକା ଚାଷୀ ଶୋଷଣର ଶିକାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ନଥିବାରୁ ମକା ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । କିଛି ବର୍ଷ ହେବ ଏଠାକାର କପା ଚାଷୀ କ୍ଷତିଗ୍ରସ୍ତ ହେବାରୁ ମକା ଚାଷ ପ୍ରତି ମନ ବଳାଇଥିଲେ । ପ୍ରଚୁର ଉତ୍ପାଦନ ହେବା ଯୋଗୁଁ ସେମାନେ ଅଧିକ ଉତ୍ସାହିତ ହୋଇଥିଲେ । ସରକାରୀ ମଣ୍ଡି ଖୋଲିବା ପାଇଁ ଦାବୀ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଅଭିପ୍ରାୟ ନେଇ ଚାଷୀ ମାନେ ସାକ୍ଷାତ ମଧ୍ୟ କରିଥିଲେ । ଏପର୍ୟ୍ୟନ୍ତ ମଣ୍ଡି ଖୋଲାଯାଇ ପାରିନାହିଁ । ଏଣୁ ଚଳିତ ବର୍ଷ ଚାଷୀମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ୩୫୦ ହେକ୍ଟର ଜମିରେ ମକା ଚାଷ ହୋଇଛି ୭୫୦୦ କୁଇଣ୍ଟାଲ୍ ମକା ମହଜୁଦ୍ ଅଛି । ମଣ୍ଡି ନଥିବାରୁ ସେମାନେ ସରକାରୀ ଦର କୁଇଣ୍ଟାଲ୍ ପିଛା ୧୮୫୦ ଟଙ୍କା ଠାରୁ ଢେର୍ କମ୍ ୧୨୦୦ରୁ ୧୪୦୦ ଟଙ୍କାରେ ମଧ୍ୟସ୍ଥି ମାନଙ୍କୁ ବିକ୍ରି କରୁଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.