ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତ ବମ୍ରିତ ଗ୍ରାମଠାରେ ଏୟାର୍ଟେଲ ଟାୱାର ଠାରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗରେ ଜଗଦଲପୁର ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରହାଶ ପଟେଲ, ପ୍ରମୋଦ ରଣା । ସୂଚନା ଅନୁସାରେ ଅଭିଯୁକ୍ତ ମାନେ ଗତ ୧୦ତାରିଖ ବିଳମ୍ବିତ ରାତ୍ରିରେ ନିର୍ମାଣ ହୋଇଥିବା ଏୟାର୍ଟେଲ ଟାୱାରକୁ ଯାଇ ୨୪ ଗୋଟି ବ୍ୟାଟେରୀ ଚୋରି କରି ଓଡ଼ି୧୭ ଜି ୫୬୨୬ ଏକ ବାଇକରେ ନେଇଥିଲେ ଏୟାର୍ଟେଲ ଟାୱାର କର୍ମଚ।ରୀ ମାନଙ୍କ ପାଖରୁ ଅଭିଯୋଗ ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ଏଏସଆଇ ସତ୍ୟାନନ୍ଦ ଭୋଇ, ହାବିଲଦାର ଜିତେନ୍ଦ୍ର ଦାଶ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରି ଚନ୍ଦ୍ରହାଶ ଓ ପ୍ରମୋଦକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଚୋରି ବ୍ୟାଟେରୀ ଉଦ୍ଧାର କରିଥିଲେ । ସେମାନେ ଚୋରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । କେଶ ନମ୍ବର ୬୧/୨୦, ୟୁ/ଏସ୍‌୩୭୯/୩୪ ଆଇପିସି ଦଫାରେ ପଦ୍ମପୁର କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀମତୀ ବାର୍ଲା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.