ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ବନ୍ଦନା କରିଥିଲେ । ବରିଷ୍ଠ ଶିକ୍ଷକ ଗୋବିନ୍ଦ ସାହୁ ଗୁରୁ ଦିବସର ମହତ୍ତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଆୟୋଜିତ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ ସଫଳତା ହାସଲ କରିଥିଲା । ଛାତ୍ରଛାତ୍ରୀ ଆଲିସା ବଡମିଲା, ତନିଶା ସାହୁ, ଅତୁଲ ସାହୁ, ବିନ୍ଦିଆ ନାଏକ, ଇତିଶ୍ରୀ ସାହୁ, ପୂଜା ଶତପଥି ଓ ପ୍ରିୟାଂସୀ ସାହୁଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ତତ୍‌ପରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଏକତ୍ରିତ ହୋଇ ବିଦ୍ୟାଳୟ ପରିସର ସଫାଇ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଦିଲ୍ଲିପ କୁମାର ଥନାପତି, ରାଜ କିଶୋର ମହାକୁର, ମଣ୍ଟେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ବବିତା ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.