csstore

ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ କମର୍ସ ଆଣ୍ଡ ଆର୍ଟ ମହାବିଦ୍ୟାଳୟରେ ଆଦର୍ଶ ଶିକ୍ଷକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସରପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗୁରୁ ଦିବସ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଲେଜର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା, ଉପଦେଷ୍ଟା ମନରଞ୍ଜନ ସାହୁ, କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସମ୍ମାନିତ କରାଯାଇଥିଲା । କଲେଜର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଛାତ୍ର ଓ ଗୁରୁର ସମ୍ପର୍କ ସହିତ ଏକ ଛାତ୍ରର ବ୍ୟକ୍ତିଗତ ଜୀବନ ଉପରେ ପିଲାମାନଙ୍କୁ ପରାମର୍ଶ ଦେବା ସହିତ ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଶିକ୍ଷା କିପରି ପିଢି ଗଠନ କରିଛି ଏବଂ ଦେଶ ଗଠନ କରିବାରେ ଶିକ୍ଷାବିତ୍‌ମାନଙ୍କର କିପରି ପ୍ରମୁଖ ଭୂମିକା ରହିଛି ତାହାକୁ ସମ୍ମାନ ଦେବା ପାଇଁ ପିଲାମାନଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ । ଉପଦେଷ୍ଟା ମନରଞ୍ଜନ ସାହୁ ପିଲାମାଙ୍କର ଶୃଙ୍ଖଳିତ ଜୀବନ ଏକ ଗୁରୁ ନିମନ୍ତେ ପୁରସ୍କାର ବୋଲି ପ୍ରକାଶ କରିଥିଲେ । ଅନେକ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ, ଖେଳ, ଗୀତ ସହିତ ଗୁରୁଦିବସ ପାଳନ କରିଥିଲେ । ଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମଟିକୁ ସମାପ୍ତ କରାଯାଇଥିଲା ।

jayashree
Leave A Reply

Your email address will not be published.