jayashree

ଭାରତରେ ସାଇବର ଅପରାଧ ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “ଭାରତରେ ସାଇବର ଅପରାଧ” ବିଷୟରେ ଏକ ଆଲୋଚନାଚକ୍ରର ଆୟୋଜନ କରଯାଇଥିଲା । ଅଧ୍ୟାପିକା ଡଃ ସଂପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସାଇବର ଠକମାନେ କିଭଳି ଏଟିଏମ୍‌ ନ ଚାଲିବାକୁ ନେଇ ଭ୍ରାନ୍ତ ଫୋନକଲ୍ କରି ଏଟିଏମ୍‌ ଓଟିପି ମାଗି ଟଙ୍କା ଚୋରି କରିବା, ମିଥ୍ୟା ଫୋନ କଲ୍ ଓ ମେସେଜ କରି ଲଟେରୀ ଲାଗିବା ଓ ମୋଟା ଅଙ୍କର ଟଙ୍କା ପାଇବା ନେଇ ଲୋଭ ଦେଖାଇ ବ୍ୟାଙ୍କ ଏକାଉଣ୍ଟରୁ ଟଙ୍କା ଚୋରି କରିବା, ଇଣ୍ଟରନେଟର ଅପବ୍ୟବହାର କରି ୱେବସାଇଟ ହ୍ୟାକିଂ, ଭିଡିଓ ଭାଇରାଲ ଓ କୋଟି କୋଟି ଟଙ୍କା ଠକେଇ ଘଟଣା ଏବଂ ଆଧାର କାର୍ଡ ଓ ଆଇଡ଼ି କାର୍ଡକୁ କିପରି ଦୁରୁପୋଯୋଗ କରି ଅପରାଧ ଘଟାଇବା ବିଷୟରେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ତନ୍ମୟ ରାଜ ପାଢୀ ଆଲୋଚନାସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସାଇବର ଅପରାଧ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ । ଅଧ୍ୟାପିକା ତଥା ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ମହାନ୍ତି ଆଇଟି ଆକ୍ଟ ଏବଂ ପେନାଲ ପ୍ରୋଭିଯନ୍ସ ଅଫ ଆଇପିସି ଉପରେ ଆଲୋକପାତ କରିଥିଲେ ଏବଂ ଏହାର ଅଭିଯୋଗ ସମ୍ବନ୍ଧୀୟ ପ୍ରଣାଳୀ ଉପରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀମାନେ କିପରି ଏହାର ସଦୁପଯୋଗ କରି ସଚେତନ ହୋଇପାରିବେ ତଥା ସମାଜରେ ଏହି ବାର୍ତ୍ତା ପହଞ୍ଚାଇ ପାରିବେ ତାହା ଉଲ୍ଲେଖ କରାଯାଇଥିଲା । ଅଧ୍ୟାପିକା ଡଃ ପ୍ରଜ୍ଞା ପାରମିତା ପଣ୍ଡା ଏବଂ ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.