ସରପଞ୍ଚ ସଙ୍ଘ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓଙ୍କୁ ୧୧ଦଫା ଦାବୀପତ୍ର ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବୀପତ୍ର ଦିଆଯାଇଥିବା ବେଳେ ଆଜି ଏହାର ଡେଲାଙ୍ଗ ବ୍ଲକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେଲାଙ୍ଗ ବ୍ଲକ ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ ଦାବୀପତ୍ର ଦିଆଯାଇଛି । ଏହି ଦାବୀପତ୍ରରେ ଏଗାର ଦଫା ଦାବୀ ନେଇ ଅବଗତ କରାଯାଇଛି । ଆଗାମୀ ଦିନରେ ଏହି ଦାବୀଗୁଡିକ କାର୍ଯ୍ୟକାରୀ କରାନଗଲେ ସରପଞ୍ଚମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସରପଞ୍ଚ ସଙ୍ଘ, ଡେଲାଙ୍ଗ ଶାଖାର ସଭାପତି ମାର୍କଣ୍ଡ ମଙ୍ଗରାଜ, ଉପସଭାପତି ରଜନୀ ସାସମଲ, ସମ୍ପାଦକ ଶେଷଦେବ ବାରିକ, ସହସମ୍ପାଦକ ସ୍ନେହଲତା ସାହୁ, କୋଷାଧ୍ୟକ୍ଷ ଦୀପକ କୁମାର ସାହୁ, ଉପଦେଷ୍ଟା ହିରଣ୍ୟମୟୀ ମହାପାତ୍ର, ରୀନାରାଣୀ ରାଉତରାୟଙ୍କ ସମେତ ଡେଲାଙ୍ଗ ବ୍ଲକର ୨୧ ଜଣ ସରପଞ୍ଚ ଉପସ୍ଥିତ ଥିଲେ ।

Leave A Reply

Your email address will not be published.