oom

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚମକିବ ଗଞ୍ଜାମ ମିନି ଷ୍ଟାଡିଅମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ୩୧ ଅଗଷ୍ଟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆସନ୍ତା ୨୭ରେ ରବିବାର ଦିନ ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱଣ୍ଟି ଟ୍ୱଣ୍ଟି କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ଏନ୍‌ଏସି ପ୍ରଶାସନ ଏହାର ଆୟୋଜନ କରିଥିବା ବେଳେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏଥିରେ ଏନ୍‌ଏସି ତହସିଲ ବ୍ଲକ ଓ ପୋଲିସ ପ୍ରଶାସନ ମିଶି ଅଂଶଗ୍ରହଣ କରିବେ । ଗଞ୍ଜାମ ପ୍ରେସ କ୍ଲବ ଓ ମିଡ଼ିଆ ହାଉସର ମିଳିତ ଭାବେ ପ୍ରଶାସନକୁ ମୁକାବିଲା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ୨୦-୨୦ କ୍ରିକେଟ ମ୍ୟାଚ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଏଥିପାଇଁ ତହସିଲଦାର ଅରୁଣ କୁମାର ନାୟକ ଓ ବ୍ଲକ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ ସହମତି ପ୍ରକାଶ କରିଛନ୍ତି । ଉଭୟ ପ୍ରଶାସନ ଓ ମିଡ଼ିଆ ଗୋଟିଏ ଦିନ ମଧ୍ୟରେ ୧୫ ଜଣିଆ ଟିମ୍‌ ଚୟନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ଶବର କୁମାର ତରାଇ, କୃଷ୍ଣଚନ୍ଦ୍ର ପ୍ରଧାନ, ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ଶିବାନନ୍ଦ ପଲାଇ, ପ୍ରଦୀପ କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ଦାଶ ଉପସ୍ଥିତ ଥିଲେ ଏବଂ କ୍ରିକେଟ ମ୍ୟାଚକୁ ଆକର୍ଷଣୀୟ କରିବା ନେଇ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।

jittmm
Leave A Reply

Your email address will not be published.