ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟି ବଲାଙ୍ଗିର ବିଧାନସଭା ମଣ୍ଡଳୀର ସଂଯୋଜକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ସହରର ଭଗବତୀ ମଣ୍ଡପଠାରେ ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ସହ ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଅମିତ ସିଂ ନିନା, ବିଜେପି ବଲାଙ୍ଗିର ବିଧାନସଭା ପ୍ରଭାରୀ ତଥା ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲ ଏବଂ ପ୍ରଭାସ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମକର୍ତ୍ତାଙ୍କୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସମ୍ବୋଧିତ କରି ଅଗାମୀ ନିର୍ବାଚନରେ ବଲାଙ୍ଗିର ବିଧାନସଭା ମଣ୍ଡଳୀରେ ବିଜେପିର ବିଜୟ ସୁନିଶ୍ଚିତ କରିବା ପାଇଁ ଦଳକୁ ବୁଥ ସ୍ତରରୁ ସଂଗଠିତ କରିବା ସହ ଜନ ସମ୍ପର୍କ ଅଭିଯାନକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଏହି ସଭାରେ ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ଅନୁସୟା ବେଜ, ସୌଦାମିନୀ ମିଶ୍ର, ସରିତା ଯୋଶୀ, ଗାୟତ୍ରୀ ଦାସ, ସତ୍ୟବତୀ ଗୁରୁ, ମୁନା ପଟ୍ଟନାୟକ, ନରେଶ ଅଗ୍ରୱାଲ, ଅପ୍ରମିତ ପରିଚ୍ଛା, ରାହୁଲ ପାଣିଗ୍ରାହୀ, ଡ଼ ଶଶୀଭୂଷଣ ସାହୁ, ପ୍ରଦୀପ ମିଶ୍ର, ଶ୍ରୀକାନ୍ତ ଜାଲ, ମୁନେଶ ରଥ, ଦେବବ୍ରତ ନୀନା, ଅଜୟ ଶର୍ମା, ସୁରମ୍ୟ ମିଶ୍ର, ପୁରୁଷୋତ୍ତମ ସାହୁ, ଶ୍ୟାମ ଗୁରୁ, ପାର୍ଥ କରଣ, ଦେବରାଜ ନାଗ ଏବଂ ବଲାଙ୍ଗିର ନଗର, ବଲାଙ୍ଗିର ବ୍ଲକ ଓ ଦେଓଗାଁ ବ୍ଲକର ସମସ୍ତ ବୁଥରୁ ଶତାଧିକ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 + 17 =