ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି (ଡିଏମ୍‌ଡି) ବ୍ୟାଧିର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା । ଅର୍ଚିତ ଅଭିଜ୍ଞାନ ସାହୁ, ସୁପ୍ରିୟାବନ୍ତ ସୁନା, ସାଇଗୌରବ ସାହୁଙ୍କୁ ଏହି ଆର୍ଥିକ ସହାୟତା ମଞ୍ଜୁର ହୋଇଛି । ଏହି ଟଙ୍କା ସମ୍ପୃକ୍ତ ପିଲାମାନଙ୍କର ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯାଇଛି । ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ହେଉଛି ଏକ ଅବସ୍ଥା ଯାହା କଙ୍କାଳ ଏବଂ ହୃଦୟ ମାଂସପେଶୀର ଦୁର୍ବଳତା ସୃଷ୍ଟି କରେ । ଯାହା ସମୟ ସହିତ ଶୀଘ୍ର ଖରାପ ହୋଇଯାଏ । ରୋଗର ଲକ୍ଷଣ ସାଧାରଣତଃ ୬ ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ ଏହି ଅବସ୍ଥା ମୁଖ୍ୟତଃ ଜନ୍ମ ସମୟରେ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ସମ୍ପ୍ରତି ଏହାର କୌଣସି ଉପଶମ ନାହିଁ । ତେଣୁ ଚିକିତ୍ସାରେ ଲକ୍ଷଣ ପରିଚାଳନା ଏବଂ ଜୀବନ ଶୈଳୀରେ ଉନ୍ନତି ଆଣିବା ହିଁ ରୋଗ ପ୍ରତିଶୋଧକ ରୂପେ ଗ୍ରହଣ କରାଯାଇଛି । ବୈଦ୍ୟୁତିକ ହୁଇଲଚେୟାର, ଫିଜିଓଥେରାପି ଓ ଏହି ବିରଳ ବ୍ୟାଧି ପାଇଁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକକାଳୀନ ସହାୟତା ପ୍ରଦାନ କରାଯାଏ ।

Leave A Reply

Your email address will not be published.

three × 5 =