csstore

ଜନ ଶିକ୍ଷଣ ସଂସ୍ଥାନ ତରଫରୁ ସ୍ୱାଧୀନତା ଦିବସ ପାଳିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଗ୍ରାମଠାରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ତରଫରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି କ୍ଷ ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ବର୍ତମାନର ଯୁବପିଢ଼ି କିପରି ଭାବରେ ନିଜର କଳା କୃତିକୁ ଆଗକୁ ନେଇ ଦେଶର ବିକାଶର କିପରି କରିବେ ସେ ଉପରେ ଆଲୋକପାତ କରିଥିଲେ । ସମସ୍ତ ଯୁବଗୋଷ୍ଟି, ଛାତ୍ରଛାତ୍ରୀ ଦେଶ ନିର୍ମାଣ ରେ ସହଯୋଗ କରିବାପାଇଁ ଶ୍ରୀ ତ୍ରିପାଠୀ ଆହ୍ୱାର ଦେଇଥିଲେ । ଏହି ଅବସରରେ ଏକ ଚାରାରୋପଣ ଓ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, କୋମ୍ପୁଟର ଅପରେଟର ଲିପାମଣୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଫିଲ୍ଡ ଆସିଷ୍ଟାଣ୍ଟ ଶ୍ରୀମତୀ କ୍ଷୀରମଣୀ କୁମାର ଓ ସ୍ବେଛାସେବୀ ଯଶୋବନ୍ତ ରଣା ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଯଶୋବନ୍ତ ରଣା ।

jayashree
Leave A Reply

Your email address will not be published.