ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଏଟ-ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ଆୟୋଜିତ ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ । ଅଗଷ୍ଟ ୧୫ତାରିଖ ଦିନ ସକାଳ ଘ୯.୧୫ମି ରେ ମୁଖ୍ୟ ଅତିଥି ଶ୍ରୀ ଆଓ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଦକ୍ଷିଣ ଓଡ଼ିଶାର ତଥା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏହି ଯୋଦ୍ଧାଭୂମିର ବୀର ସହୀଦମାନଙ୍କୁ ସାଲାମୀ ଜଣାଇଥିଲେ । ମହାତ୍ମାଗାନ୍ଧୀ ଅହିଂସାର ପ୍ରତୀକ ଥିଲେ । ତାଙ୍କରି ଅହିଂସା ନୀତିରେ ଦେଶ ସ୍ୱାଧୀନ ହୋଇଥିଲା । ଅହିଂସା ହେଉଛି ପରମ ଧର୍ମ ଓ ପ୍ରଗତୀର ମୂଳ ମନ୍ତ୍ର ଏହାର ଉଦାହରଣ ହେଉଛି ଆମ ସ୍ଵାଧୀନତା ଆନ୍ଦୋଳନ । ଭାରତ ଜାତି, ଧର୍ମ, ବର୍ଣ୍ଣ ବିଭିନ୍ନତା ମଧ୍ୟରେ ଏକ ହୋଇ ରହିଛି । ସାରା ବିଶ୍ୱରେ ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ ଭାବରେ ଖ୍ୟାତି ଅର୍ଜନ କରିଛି । ଶାନ୍ତି ନଥିଲେ ପ୍ରଗତି ସମ୍ଭବ ନୁହେଁ ଆଜି ଆମ ଦେଶ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ କ୍ଷେତ୍ରରେ ବହୁ ଉନ୍ନତି କରିଛି ବୋଲି ନିଜର ଅଭିଭାଷଣରେ କହିଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ, (ଭା.ପ୍ର.ସେ.), ଉପ-ଜିଲ୍ଲାପାଳ-ତଥା-ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣୀ (ଭା.ପ୍ର.ସେ.), ବ୍ରହ୍ମପୁର, ଡ଼ଃ. ଶ୍ରବଣ ବିବେକ ଏମ. (ଆଇ.ପି.ଏସ.), ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର, ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା, ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

10 + 2 =