ଅଜଣା ଗାଡି ଧକ୍କାରେ ଆହତ ଗୋରୁକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ସ୍ୱାଧୀନତା ଦିବସରେ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳ ଗୁଡିକରେ ବୃକ୍ଷରୋପଣ କରି ନିଆରା ଭାବରେ ପାଳନ କରିବା ପାଇଁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ/ସଦସ୍ୟା ମାନେ ୧୫ ଅଗଷ୍ଟ ଭୋରରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ସ୍ଥାନୀୟ ନର୍ସରୀକୁ ଗଛ ଚାରା ସଂଗ୍ରହ ପାଇଁ ଯିବା ସମୟରେ ୨୬ ନଂ ଜାତୀୟ ରାଜପଥ ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଦୁଇଟି ଗୋରୁ କୌଣସି ଅଜଣା ଗାଡି ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା । ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଅଜୟ କୁମାର ନାଗ, ତନ୍ମୟ ପୁଟେଲ ଓ ସୁବାଷ ବାଗ ପ୍ରମୁଖ ଉଭୟ ଆହତ ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ପଶୁ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଦୈନନ୍ଦିନ ନିରୀହ ପଶୁ ମାନେ ଏହିପରି ଅଜଣା ଗାଡି ସହ ଦୁର୍ଘଟଣାର ଶିକାର ହୋଉଥିବାର ଦେଖିବାକୁ ମିଳୁଥିବା ବେଳେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛି ।

Leave A Reply

Your email address will not be published.

nineteen − 4 =