ଲୋଇସିଂହା ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୁର୍ଗମ ଅଞ୍ଚଳର ଦରିଦ୍ର ଓ ନିଷ୍ପେସିତ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏକ ସ୍ୱାସ୍ଥ୍ୟଯାନ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଶ୍ରୀ ମହାଲିଙ୍ଗ ସବୁଜ ପତାକା ଦେଖାଇ ଏହି ଯାନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଆନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମହାଲିଙ୍ଗ ଯୋଗଦେଇ ଏହି ସ୍ୱାସ୍ଥ୍ୟଯାନ ପ୍ରଚଳନ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇ ଏଭଳି ଏକ ମହତ କାର୍ଯ୍ୟରେ ପଲ୍ଲୀ ଆଲୋକ ପାଠାଗାରର ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସିଡିଏମଓ ଡ଼ ପ୍ରଦୀପ ଗୁରୁ, ଲୋଇସିଂହା ଡ଼ାକ୍ତରଖାନାର ମୁଖ୍ୟ ଡା ଶେଖରଲାଲ ପଧାନ, ବାଦୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ ଗୋଦାବରୀଶ ରଥ, ସିଡିପିଓ ଗାୟତ୍ରୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପିଏପିର ହୀରାଲାଲ ମିଶ୍ର, ପ୍ରହଲ୍ଲାଦ ପଧାନ, ଗୋବିନ୍ଦ ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.