ଆସନ୍ତା ୧୮ରେ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସହ ୯ ଦଫା ଦାବୀ ନେଇ ଆସନ୍ତା ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଘେରାଉ କରାଯିବ ବୋଲି ଆଜି କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମିତି ସଭ୍ୟ ଭୋଳାନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ବଙ୍ଗୋମୁଣ୍ଡା ଜୋନ୍ କଂଗ୍ରେସ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସିନ୍ଧେକେଲା ଜୋନ୍ କଂଗ୍ରେସ ସଭାପତି ବିଘ୍ନରାଜ ନାଏକ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଯୁବରାଜ ବାଗ, ବିରିପାଲି ସରପଞ୍ଚ ସୁରେଶ ବେହେରା, ଦିବାକର ବାଗଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଏଥିରେ ସାମିଲ ହୋଇଥିଲେ । ଆସନ୍ତା ୧୮ ତାରିଖ ଦିନ ବଙ୍ଗୋମୁଣ୍ଡା ସାପ୍ତାହିକ ବଜାରଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକ ଦେଇ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରାଯିବ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.