pakka

ୱାର୍ଡ ନଂ.୩ ପରିଦର୍ଶନ କଲେ ନରସିଂହ

bbehera
  • ୟୁନିୟନ ପାପ୍‌ଟିଷ୍ଟ ଓ ସିଏନ୍‌ଆଇ କମ୍ୟୁନିଟି ସେଣ୍ଟରରେ ଶୁଣିଲେ ସମସ୍ୟା
  • ଜାତି ଧର୍ମକୁ ନେଇ ରାଜନୀତି କରୁଥିବା ଦଳକୁ ବରଖାସ୍ତ କରନ୍ତୁ ଲୋକେ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱାର୍ଡ ନଂ.୩ ପରିଦର୍ଶନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନର ସରକାର ସଂଖ୍ୟା ଲଘୁଙ୍କୁ ଯେପରି ହଇରାଣ କରୁଛି ଆପଣମାନେ ଠିକ୍‌ ଜାଣିଛନ୍ତି । ମଣିପୁର ଘଟଣା ହେଉ କି କନ୍ଧମାଲ ସବୁ ଜାଗାରେ ସଂଖ୍ୟାଲଘୁଙ୍କୁ ଦେଶର ଦ୍ୱିତୀୟ ପ୍ୟାହା ନାଗରିକ ଭାବରେ ଏହି ସରକାର ଗଣନା କରୁଛି । ଦୁର୍ଭାଗ୍ୟ କଥା କେନ୍ଦ୍ର ସରକାରର ଏପରି ନୀତିକୁ ଆମ ରାଜ୍ୟରେ ବିଜେଡି ସରକାର ମଧ୍ୟ ନିଃସ୍ୱାର୍ଥ ଓ ନୀରବ ସମର୍ଥନ ଦେଇ ଚାଲିଛି । ମୋର ଅନୁରୋଧ ଉଭୟ ସରକାରଙ୍କ ଏହି ଧର୍ମଭିର୍ତ୍ତିକ ରାଜନୀତି ତଥା ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ମନୋବୃତ୍ତିକୁ ଆପଣମାନେ ଠିକ୍‌ ହିସାବରେ ବୁଝି ଆପଣମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିଶ୍ଚିତ ଭାବରେ ଗ୍ରହଣ କରିବେ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩ ର ଡୁଙ୍ଗୁରିପଡା ଓ କନ୍ଧପାଲିପଡାରେ ଅନୁଷ୍ଠିତ ହୋଇଥିବା ଏକ ଅଭିଯୋଗ ଶୁଣାଣି ସମୟରେ ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ଏ ଅବସରରେ ଡୁଙ୍ଗୁରିପଡା ସ୍ଥିତ ୟୁନିୟନ ବାପଟିଷ୍ଟ କମ୍ୟୁନିଟି ସେଣ୍ଟର ଓ କନ୍ଧପାଲିପଡା ସିଏନ୍‌ଆଇ କମ୍ୟୁନିଟି ସେଣ୍ଟରଠାରେ ସେଠାକାର ବାସିନ୍ଦା ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍ୱାଗତ କରିବା ସହ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଧାୟକଙ୍କ ଏହି ଗସ୍ତକୁ ବିଶେଷ କରି ସେଠାକାର ଅଧିବାସୀମାନେ ସେଠାରେ ଥିବା ଶୌଚାଳୟ ସମସ୍ୟା, ରୋଡ, ଡ୍ରେନ ସମସ୍ୟାକୁ ନେଇ ପୌର ପରିଷଦ ତରଫରୁ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ । ବାରମ୍ବାର ପୌର ପରିଷଦ ଅଫିସକୁ ସମସ୍ୟା ଜଣାଇବା ପାଇଁ ଯାଉଥିଲେ ହେଁ ସେସବୁ ଉପରେ ପୌର କର୍ତ୍ତୃପକ୍ଷ ଧ୍ୟାନ ନ ଦେଉଥିବାର ପଡାର ମହିଳାମାନେ କହିଥିଲେ । ଡ୍ରେନରେ ଉପରମୁଣ୍ଡରୁ ତଳକୁ ପାଣି ନ ଯାଇ ତାର ନିର୍ମାଣ ଏପରି ଚାଲିଛି ଯେପରି କି ଡ୍ରେନରେ ପାଣି ଜମି ରହିବ । ଏହାକୁ ନେଇ ନିର୍ମାଣକାରୀ ସଂସ୍ଥା ତଥା ପୌର ପରିଷଦକୁ ଅଭିଯୋଗ କରାଯାଉଥିଲେ ହେଁ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଥିଲେ । ଉଭୟେ ସିଏନ୍‌ଆଇ ବାପଟିଷ୍ଟ କମ୍ୟୁନିଟି ସେଣ୍ଟରରେ ଶୌଚାଳୟ ସମସ୍ୟା ଥିବା ଆପତ୍ତି କରିବା ସହ ଉପସ୍ଥିତ ମହିଳା ଓ ପୁରୁଷମାନେ ଏହା ଉପରେ ବିଧାୟକଙ୍କ ତରଫରୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଉଭୟ କମ୍ୟୁନିଟି ସେଣ୍ଟରରେ ଛାତ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଘର ନିର୍ମାଣ ପାଇଁ ମଧ୍ୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ପ୍ରତିଉତ୍ତରରେ ଏ ସବୁ ସମସ୍ୟା ସମାଧାନ ପାଇଁ ଯେତେ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ସହ ଉଭୟ କମ୍ୟୁନିଟି ସେଣ୍ଟରରେ ଶୌଚାଳୟ ନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ଉଭୟଙ୍କୁ ଏକ ଏକ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ । ତା’ସହ ଡ୍ରେନ ରାସ୍ତା ସମସ୍ୟାକୁ ନେଇ ବହୁ ଶୀଘ୍ର ପଦକ୍ଷେପ ନେବା ପାଇଁ ଉପସ୍ଥିତ ମହିଳା ପୁରୁଷମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ସେଠାରେ ଉପସ୍ଥିତ ମହିଳାମାନେ ଡୁଙ୍ଗୁରିପଡାଠାରେ ଏକ ଅଙ୍ଗନୱାଡି ସେଣ୍ଟର ଭଡା ଘରେ ଚାଲୁଥିବାରୁ ଏଥିପାଇଁ ଏକ ସ୍ଥାୟୀ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଏହି ଉଭୟ କାର୍ଯ୍ୟକ୍ରମରେ କାଉନସିଲର ରଜନି ବନଛୋର, ବଜରଂଗ ବନଛୋର, ହୁସେନ ନାଗ, ଜ୍ୟୋତିରାଜ ନାଗ, ଶୁଶାନ୍ତ ନାଗ, ପାଷ୍ଟର ସୁବାଷ ବାରିକ, ମନୋଜ ନନ୍ଦ, ସିଧାନ୍ତ ବାରିକ, ସୀମା ବାରିକ, ବନିତା ନନ୍ଦ, ଜୟଶ୍ରୀ ନନ୍ଦ, ସୁକାନ୍ତି ପାଲ, ନିବେଦିତା ନନ୍ଦ, ବନିତା ସାମଲ, ଫୁଲ ନାଗ, ନବିନ ଚନ୍ଦ୍ର ନାଗ, ରେଣୁକା ବାରିକ, ରୋଶନି ବାଗ, ରାଜା ବାଗ, ନିକିତା ନାଗ, ସୁନିତା ନନ୍ଦ, ଝୁନୁ ନାଗ, ରୁପେଶ ନାଗ, ନଗର ସଭାପତି ବୁଲୁ ଦାନି, ଲୋପନ ମିଶ୍ର, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଅଙ୍କିତ ସାହ, ଜୟନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!