ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗଲୁରୁଠାରେ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବେଙ୍ଗଲୁରୁଠାରେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଓଡ଼ିଆ ଲୋକଙ୍କୁ ନେଇ ଏକ ଆଧ୍ୟାତ୍ମିକ ସଂଗଠନ ସ୍ଥାପନ ହୋଇଅଛି । ଶ୍ରୀଶ୍ରୀ ଅଭିରାମ ଭକ୍ତସେବା ଗୋଷ୍ଠୀଙ୍କୁ ନେଇ ବେଗୁରଠାରେ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ଏକ ମନ୍ଦିର ପ୍ରତିଷ୍ଠା ଲାଭ ହୋଇ ସତ୍ୟ ସନାତନ ଧର୍ମ ତଥା ଓଡ଼ିଆ ଭକ୍ତିବାଦର ସଂଗଠନକୁ ଖୁବ ରୁଦ୍ଧିମନ୍ତ କରିଅଛି । ଇତି ମଧ୍ୟରେ ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସତସଙ୍ଘ ସାମାରୋହର ଦ୍ୱିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହୋଇଥିଲା । ବି.ଟି.ଏମ୍.ଲେ-ଆଉଟ ମହାବୀର କାଲେକ୍ସିଠାରେ ଆୟୋଜିତ ଏହି ସତସଙ୍ଘ ସାମାରୋହରେ ପ୍ରାୟତଃ ୪ଶହ ଭକ୍ତଗୋଷ୍ଠୀ ଯୋଗଦେଇ ହରିନାମ ସଂକୀର୍ତ୍ତନ, ଷୋଡଶ ପୂଜାର୍ଚ୍ଚନା, ଆରାଧନା, ଗୁରୁ-ପାଦୁକା ପୂଜା, ଜପ, ଶ୍ରୀ ଜଗନ୍ନାଥଙ୍କ ମହିମା ଗାନ ସହ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭଜନ କୀର୍ତ୍ତନ, ସତସଙ୍ଘ ସମାରୋହ ଆଦି ଅନୁଷ୍ଠିତ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାବାଜୀ ସଦାନନ୍ଦ ଦାସ, ବାବାଜୀ ନୀଳମଣି ଦାସ, ବାବାଜୀ ପରମେଶ୍ୱର ଦାସ ପ୍ରମୁଖ ଯୋଗଦେଇ ସତ୍ୟ ସନାତନ ଧର୍ମର ମହତ୍ତ୍ୱ ଉପରେ ପ୍ରତିପାଦିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପି.କିଶୋର କୁମାର ନାଇଡୁ, ଜ୍ଞାନରଞ୍ଜନ ପରିଡ଼ା, ଦେବାଶିଷ ପଣ୍ଡା, ଭୂବନ ମୋହନ ସାମଲ, ଅଶୋକ କୁମାର, ମନୋଜ ବିଶ୍ୱାଳ, ଅମୀତ ବେହେରା, ପ୍ରମୋଦ ମଲ୍ଲିକ, ବିଶ୍ୱରଞ୍ଜନ ବିଶ୍ୱାଳ, ମହିଳା ସଦସ୍ୟା ପି.ଶ୍ରାବଣୀ କୁମାରୀ, ଲୋପାମୁଦ୍ରା ମହାନ୍ତି, ଦେବସ୍ମିତା ମାଆ ପ୍ରମୁଖ ଏହି ଆଧ୍ୟାତ୍ମିକ ସମାରୋହରେ ସକ୍ରିୟ ସହଯୋଗ କରିଥିଲେ । ସତସଙ୍ଘ ସମାରୋହ ଶେଷରେ ନାରାୟଣସେବା, ପ୍ରସାଦ ସେବନ, ଆନନ୍ଦ ବଜାର ଆଦି ଅନୁଷ୍ଠିତ ହୋଇଥିଲା । ବାସ୍ତବିକ ଏହି ଭକ୍ତି ଭାବାବେଗର ସମାବେଶ ବେଗୁର୍ ଅଞ୍ଚଳକୁ ଭିତ୍ତି କରି ସମଗ୍ର ବେଙ୍ଗଲୁରୁ ମହାନଗରରେ ଏକ ଚର୍ଚ୍ଚିତ ଇତିହାସ ସୃଷ୍ଟି କରି ସତ୍ୟ ସନାତନ ଧର୍ମର ମହତ୍ତ୍ୱପୂର୍ଣ୍ଣ ଆଲୋଡନ ସୃଷ୍ଟି କରିଛି । ଯାହାକି ବେଙ୍ଗଲୁରୁଠାରେ ସଂଗଠନ ହୋଇଥିବା ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଏହି ଭକ୍ତିବାଦର ଓଡ଼ିଶା ସଂଗଠନ ଲୋକଲୋଚନକୁ ଆସି ଭୂୟସୀ ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ଆଧ୍ୟାତ୍ମିକ ସଂଗଠନ ନେଇ ଓଡ଼ିଆ ଲୋକମାନେ ଏକ ନୂତନ ପରିଚୟ ଆଣିଛନ୍ତି ।

Leave A Reply

Your email address will not be published.