ବାପା ଛେଉଣ୍ଡ ୩ ଜଣଙ୍କୁ ଥଇଥାନ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୂଲା ଗାଁର ବାପା ଛେଉଣ୍ଡ ୩ ପୁଅଙ୍କୁ ଥଇଥାନ କଲା ବ୍ଲକ ପ୍ରଶାସନ । ବଲଧା ପଂଚାୟତ ସାନମୂଳା ଗାଁର ମୃତକ ମହେନ୍ଦ୍ର ଭୋଇଙ୍କ ପତ୍ନୀ ଉର୍ବଶୀ ଭୋଇ । ୫ ପୁଅ ଝିଅଙ୍କ ସହ ସୁରୁଖୁରୁରେ କାଳ କାଟୁଥିଲେ । ହେଲେ ଗତ ଶନିବାର ଦିନ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଆଉ ଏହି ପରିବାର ଉପରେ ଚଡକ ପଡିଗଲା । ପରିବାରର ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ଏବେ ବେସାହାରା ହୋଇଯାଇଛନ୍ତି । ଅନ୍ନ ଯୋଗାଉଥିବା ମୁଖ୍ୟଙ୍କ ମୃତ୍ୟୁ ପରେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର । ସରକାରୀ ସୁବିଧା କହିଲେ ଜଣ ପିଛା ୫ କେଜି ଲେଖାଏଁ ଚାଉଳରେ ଯେଣ ତେଣ ପ୍ରକାରେ ଗୁଜୁରାଣ ମେଂଟାଉଛନ୍ତି ଏହି ପରିବାର । ବାପାଙ୍କ ଚିକିତ୍ସା ପାଇଁ ପୁଅ ଝିଅ ମାନେ ଠିକ ରେ ପାଠ ନ ପଢି ପାଠ ପଢିବା ଛାଡି ଦେଇଛନ୍ତି । ବଡ଼ଝିଅ ସିକଲିମ୍ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ୩ ବାପା ଛେଉଣ୍ଡ ପୁଅଙ୍କୁ କଣ୍ଟାବାଞ୍ଜି ସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି । ଥଇଥାନ କରିବା ସମୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେର, ଉତ୍କଳ ବାଳାଶ୍ରମର କର୍ମଚାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ମେହେର ଏ ନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଅଭିଯୋଗ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

Leave A Reply

Your email address will not be published.