ବିଶ୍ୱ ମାନବିକ ଅଧିକାର ଦିବସ ପାଳନ : ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକରେ ଆଲୋଚନା ଚକ୍ର

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘କୃତୀତ୍ୱ ହିଁ ପ୍ରେରଣାର ଉତ୍ସ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଯୋଗ ଦେଇଥିଲେ । ଶ୍ରୀ ବାଗ ନିଜ ବକ୍ତବ୍ୟରେ ପ୍ରେରଣାକୁ ନେଇ ଜଣେ ଛାତ୍ର ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସମର୍ଥ ହେବା ସହ ନିଜକୁ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ପାଇଁ ଏହି ପ୍ରେରଣା ଉତ୍ସରୁ ସଫଳତା ସାଉଁଟି ଥାଏ ବୋଲି କହିଥିଲେ । ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ ସମାଜସେବି ମଧୁସୂଦନ ପଧାନ ମାନବ ଅଧିକାର କେବଳ ଏକ ସ୍ଲୋଗାନରେ ସୀମିତ ହେବା ଉଚିତ୍‌ ନୁହେଁ, ଏହା ମଣିଷର ଏକ ସଂସ୍କାର ହେବା ଆବଶ୍ୟକ ବୋଲି କହିବା ସହ ମାନବିକ ଅଧିକାର ର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁରୋହିତ ଭାତୃଭାବ ଜାଗରିତ ହେଲେ ବିଶ୍ୱରେ ବାସ କରୁଥିବା ବିଭିନ୍ନ ଲୋକଙ୍କ ମଧ୍ୟରେ ସ୍ନେହ, ସହଯୋଗ ଓ ବନ୍ଧୁତା ବୃଦ୍ଧି ପାଇବ ବୋଲି କହିଥିଲେ । ଏହି ଅବସରରେ ଏନ.ଆର.ଟି.ଏସ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରୀ ଶାମୁକା ବିଶ୍ୱାଳ ଓ ଏନ.ଏମ୍‌.ଏମ୍‌.ଏସ୍‌ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ର ସୁମନ ପାଣିଗ୍ରାହୀ ଓ ମିଲନ କୁମାର ତ୍ରୀପାଠୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ତା.୧୫.୧୨.୨୦୨୦ ଦିନ ଏନ.ଆର.ଟି.ଏସ ପରୀକ୍ଷା ଦେବାକୁ ଥିବା ୨୦ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରବେଶ ପତ୍ର ସହ ମାକ୍ସ, ପେନ, ପେନସିଲ, ରବର ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ରଞ୍ଜିତ ମିଶ୍ର ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ନାରାୟଣ ପାଣିଗ୍ରାହୀ, ବିଜୁ ରଣା, ଦେବରାଜ ପାଣିଗ୍ରାହୀ, ଅବିନୟ ତ୍ରିପାଠୀ, ଲିପା ବିଶ୍ୱାଳ, ଜଗନ୍ନାଥ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.