ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ ରକ୍ତ ସଂଗୃହୀତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଛି । ଆଗଲପୁର ଓ ଗାଇସିଲେଟ ବ୍ଲକର ମିଳିତ ଆନୁକୂଲ୍ୟରେ ଏହି ଉପଲେକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଶୁଭ ଉଦ୍‌ଘାଟନ କରିଥିଲେ । ବିଜେଡି ଯୁବ ରାଜ୍ୟ ସଭ୍ୟ ନିହାର ରଞ୍ଜନ ବେହେରା, ସମିର ଦିବ୍ୟାଙ୍ଗ ଟ୍ରଷ୍ଟର ସଭାପତି କିର୍ତନ ଦାଶ, ଓଡିଶା ମୋ’ ପରିବାର ସଂପାଦକ ଗୌରହରି ମିଶ୍ର, ଗାଇସିଲେଟ ବ୍ଲକ ସଭାପତି ଯୁବ ବିଜୁ ଜନତା ଦଳର ସୁନାଧର ସାହୁ, ଆଗଲପୁର ବ୍ଲକ ସାମ୍ବାଦିକ ବିରାଜ ନନ୍ଦ ପାଢ଼ୀ ସମ୍ମାନୀତ ଅତିଥି ଯୋଗଦାନ କରିଥିଲେ । ସମିର ଦିବ୍ୟାଙ୍ଗ ଟ୍ରଷ୍ଟ, ଓଡିଶା ମୋ ପରିବାର ଓ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ୩୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏଥିରେ ବୁର୍ଲ୍ଲା ଭୀମସାର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ସୁଭାଷ ସାହୁ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେହିପରି କାଉନସେଲର ବଣ୍ଟୁ ପଧାନ ନାମ ପଞ୍ଜିକରଣ କରିଥିବା ବେଳେ ଟେକ୍‌ନିସିଆନ କରୁଣାକର ସାହୁ ଓ ପାଇନୁ ଭୋଇ ରକ୍ତ ସଂଗ୍ରହ କରିଥିଲେ । ଶଙ୍କର ବେହେରା ସହଯୋଗ କରିଥିଲେ । ଏଥିରେ ଭରସୁଜା ଗ୍ରାମର ୫୯ ବର୍ଷିୟ ଲଳିତ କୁମାର ସାହୁ, ୭୫ଥର ରକ୍ତଦାନ କରି ଥିବା ତ୍ରିଲୋଚନ ସାହୁ, ମହିଳା ରକ୍ତଦାତା ଭାବରେ ରଞ୍ଜିତା ସାହୁ ଉଦାହରଣ ସୃଷ୍ଟି କରିଥିଲେ । ଏହି ଶିବିରକୁ ଶଙ୍କର ନନ୍ଦ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.