ଗଞ୍ଜାମ ବ୍ଲକରେ ଭିନ୍ନକ୍ଷମଙ୍କୁ ଉପକରଣ ବାଣ୍ଟିଲେ ସାଂସଦ ଓ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବୈଠକ କାର୍ଯ୍ୟାଳୟଠାରେ ଭାରତ ସରକାରଙ୍କ ସାମାଜିକ ସଶକ୍ତିକରଣ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଏବଂ ବ୍ଲକ ପ୍ରଶାସନର ସହାୟତାରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଉପକରଣ ତଥା ଟ୍ରାଇ ସାଇକେଲ, ମୋବାଇଲ, ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର ଏବଂ ଆଶାବାଡ଼ି ଆଦି ବଣ୍ଟନ କରିଥିଲେ । ଗଞ୍ଜାମ ବ୍ଲକରେ ୪୬ ଜନ ହିତାଧିକାରୀ ମଧ୍ୟରୁ ୩୨ପୁରୁଷ ଓ ୧୪ ଜନ ମହିଳା ଚୟନ ହେଇଥିଲେ ସେଥିମଧ୍ୟରୁ ସମସ୍ତ ଉପକରଣ ଗୁଡିକ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟାକ୍ଷା ଅନ୍ତର୍ଯ୍ୟାମୀ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହନ, ମଲାଡ଼ ପଂଚାୟତ ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ସମସ୍ତଙ୍କ ଉପସ୍ଥିତିରେ ଉପକରଣ ବଣ୍ଟଯାଇଥିଲା । ସାମାଜିକ ଆଧୁନିକତା ଶିବିର ଆନୁକୂଲ୍ୟରେ ଏହି ବ୍ଲକର ଅନେକ ମହିଳା ଓ ପୁରୁଷ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଏହି ଉପକରଣ ପାଇଁ ଗଞ୍ଜାମ ଏନ୍‌ଏସି ରମ୍ଭା ଏନ୍‌ଏସି ଆଦି ଅଞ୍ଚଳର ଭିନ୍ନକ୍ଷମ ଭାଇ ଭଉଣୀମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ବେହେରା ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେବା ସହ ଅଧକ୍ଷାଙ୍କ ଏହିଭଳି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସାଂସଦ ଓ ବିଧାୟକ ଗରିବ, ଭିନ୍ନକ୍ଷମଙ୍କ ଦୁଃଖ ବୁଝିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.