csstore

ସ୍ନେହୀ ମହିଳା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ବର୍ଷ ସାରା ବିଭିନ୍ନ ସମାଜ କଲ୍ୟାଣ ତଥା ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଏହି କ୍ରମରେ ଆଜି ବଣାଇ ସ୍ଥିତ ବାଣେଶ୍ୱର ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ନେତୃତ୍ୱରେ ଏବଂ ଡାକ୍ତର ଗୋକୁଳାନନ୍ଦ ସାହୁଙ୍କ ମାର୍ଗ ଦର୍ଶନରେ ସଦସ୍ୟାମାନେ ରାଉରକେଲାରୁ ବଣାଇ ଯାଇ ବାଣେଶ୍ୱରୀ ମହାଦେବଙ୍କ ଦର୍ଶନ କରିବା ପରେ ମନ୍ଦିର କର୍ତୃପକ୍ଷଙ୍କ ସହଯୋଗରେ ମନ୍ଦିର ପରିସରରେ ବିଭିନ୍ନ ଫଳ ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ କରିବା ସହ ଜଳସିଞ୍ଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ଜ୍ୟୋସ୍ନା ନେପାକ, ସାବିତ୍ରୀ ଦାସ, ଗୀତା ସେନାପତି, ଗୀତା ମିଶ୍ର, ନନ୍ଦିତା ବେହେରା, ମିନୁ ଜେନା, ଇନ୍ଦିରା ମହାନ୍ତି, ଡାକ୍ତର ଏସ.ବି.ନେପାକ, ଲକ୍ଷ୍ମଣ ନାଥ ଦାସ, ନାରାୟଣ ଚନ୍ଦ୍ର ଜେନା ଏବଂ ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସବିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.