ଅସହାୟ ଭାମାଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ଭାମା ପ୍ରଧାନ ବୟସ ପାଖାପାଖି ୫୫ ରୁ ୬୦ ହେବ । ସ୍ବାମୀ ୧୫ ବର୍ଷ ଆଗରୁ ଇହଲୀଳା ତ୍ୟାଗ କରିଛନ୍ତି । ପଛରେ ଛାଡି ଯାଇଛନ୍ତି ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅକୁ । ଭାମା ବହୁ ଅସୁବିଧାର ସମ୍ମୁଖୀନ ହେବା ସତ୍ବେ ଦୁଇ ଝିଅଙ୍କୁ ବିବାହ କରିସାରିଲେଣି । ଗୋଟିଏ ବୋଲି ପୁଅ ଜୟରାମ । ଆର୍ଥିକ ଅନାଟନ ସହି ନପାରି ଅନ୍ୟ ରାଜ୍ୟକୁ ଯାଇ କାମ କରୁଛନ୍ତି । ଗତ ପାଞ୍ଚ ବର୍ଷ ହେଲା ସେ ଭିଟାମାଟି ମାଡି ନାହାନ୍ତି । ଗାଁରେ ରହି ଯାଇଛନ୍ତି ମା’ ଭାମା ଏକାକୀ । ବହୁ ଦିନ ହେଲାଣି ତାଙ୍କ ଘରଟି ଭାଙ୍ଗି ଯାଇଛି । ସେହି ଭଙ୍ଗା ଘରେ ବହୁ ଦୁର୍ଦ୍ଦିନରେ ଜିଉଁଛନ୍ତି । ଆବାସ ଯୋଜନାରେ ଘର ଟିଏ ପାଇଁ ବାରମ୍ବାର ସରପଞ୍ଚଙ୍କଠୁ ବିଡ଼ିଓ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ସହ ମାସକୁ ପାଞ୍ଚ କିଲୋ ଚାଉଳ । ଏଥିରେ ଘର ସଳଖେଇବାକୁ ସେ ସମାନ୍ୟ ବି ସକ୍ଷମ ନୁହ‌ନ୍ତି । ପ୍ରଶାସନ ମୋ’ ପ୍ରତି ଟିକିଏ ଦୃଷ୍ଟି ଦେଇ ଆବାସ ଯୋଜନାରେ ଘରଟିଏ ଦେଲେ, ତାଙ୍କୁ ଭଗବାନ ସହାୟ ହେବେ ବୋଲି ବୃଦ୍ଧା ଭାମା କହିଛନ୍ତି ।

Leave A Reply

Your email address will not be published.