csstore

ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଘଟଣା : ବଙ୍ଗୋମୁଣ୍ଡାରେ ପ୍ରତିବାଦ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକକୁ ପର୍ଶୁରାମ ଛକ କରାଯିବା ଓ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ନେଇ ସ୍ଥିରିକୃତ ହୋଇଥିବା ବେଳେ ଗତ କିଛି ଦିନ ତଳେ ହଠାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବସାଯାଇଥିବା ଜଣାପଡିଥିଲା । ଏନେଇ ଓଡିଶା ବ୍ରାହ୍ମଣ ସମାଜ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି । ପ୍ରତିମୂର୍ତ୍ତି ହଟାଇ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଲଗାଯାଉ ବୋଲି ଦାବୀ କରିବା ସହ ସମାଜ ଭିତରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ କାୟମ ରଖିବା ପାଇଁ ପ୍ରୟାସ କରାଯାଉ ବୋଲି ଦାବୀ କରାଯାଇଛି । ପ୍ରଥମେ ଜଗନ୍ନାଥ ମନ୍ଦିରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ପରେ ବଙ୍ଗୋମୁଣ୍ଡା ଜଗନ୍ନାଥ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଙ୍ଗୋମୁଣ୍ଡା ଥାନା, ବସଷ୍ଟାଣ୍ଡ, ଆମ୍ବେଦକର ଛକ, ଦେଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ନରେନ୍ଦ୍ର ଭୋଇଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟ ସଭାପତି ରତିକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ଶାଖା ସଭାପତି ନରହରି ପାଣିଗ୍ରାହୀ, ଚକ୍ରଧର ପାଣିଗ୍ରାହୀ, ଡ଼ଃ ନାରାୟଣ ମିଶ୍ର, ସନ୍ତୋଷ କୁମାର ତ୍ରିପାଠୀ, ସୁଶାନ୍ତ କୁମାର ଯୋଶୀ, ବ୍ରଜେଶ ଖମାରୀ, ସତ୍ୟ ନାରାୟଣ ମିଶ୍ର, ହରିହର ତ୍ରିପାଠୀ, ଦିଗାମ୍ବର ମିଶ୍ର, ପ୍ରମୋଦ କୁମାର ଠାକୁର, ଲଛମାନ ପାଣିଗ୍ରାହୀ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ନେତୃବୃନ୍ଦ ସାମିଲ ଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.