ଖୋଲାନଠାରେ ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ୍ କ୍ଲବ ସବୁ ବେଳେ ସମାଜସେବା କ୍ଷେତ୍ରରେ କିଛି ନା କିଛି କାର୍ଯ୍ୟ କରିଥାନ୍ତି । କ୍ଲବର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଖୋଲାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିଟିଲାଗଡ ଲାୟଂସ କ୍ଲବ ଏବଂ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖୋଲାନ୍ ତଥା ଆଖପାଖ ଅଞ୍ଚଳର ଜନସାଧାରଣ ଆସି ନିଜ ନିଜର ଚକ୍ଷୁ ପରିକ୍ଷଣ କରାଇବା ସହ ଯେଉଁମାନଙ୍କ ଚକ୍ଷୁର କିଛି ଅସୁବିଧା ରହିଛି ଅସ୍ତ୍ରୋପଚାର ପାଇଁ ତାଙ୍କୁ ବସ ଯୋଗେ ଟିଟିଲାଗଡ ପିପଲପଦର ସ୍ଥିତ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଉଛି, ସେଠାରେ ପୁଣି ପରବର୍ତ୍ତୀ ଚିକିତ୍ସା କରାଯିବ । ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ । ଶ୍ରୀ ଅଗ୍ରୱାଲ ଏହି ଶିବିରକୁ ଆସି ନିଜ ନିଜର ଚକ୍ଷୁ ପରୀକ୍ଷଣ କରାଇବା ପାଇଁ ଲୋକଙ୍କୁ ପୂର୍ବ ଦିନରୁ ଅବଗତ କରାଇଥିଲେ । ଏହି ଶିବିରକୁ ଆସିଥିବା ନୂତନ ସଦସ୍ୟ ଦିବ୍ୟ ରଞ୍ଜନ ସରାଫଙ୍କୁ କ୍ଲବ ସଭାପତି ଏବଂ ସଦସ୍ୟମାନେ ସ୍ଵାଗତ କରିଥିଲେ । ଏହି ଶିବିରକୁ ପରିଚାଳନା କରିବାରେ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ଡାଇରେକ୍ଟର ମୋହିତ ମୋହନ ଦାସ, କ୍ଲବର ସମ୍ପାଦକ ଅଜିତ ପାତ୍ର, ସର୍ଭିସ ଚେୟାର ପର୍ସନ ଆଶୀର୍ବାଦ ମହାପାତ୍ର, ମିଡିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ଶୈଳେଶ ଗୋୟଲ, ଦିବ୍ୟ ରଞ୍ଜନ ସରାଫ, କ୍ଷୀର ସିନ୍ଧୁ ଦର୍ଜୀ, ଗୀତାଞ୍ଜଳି ଦର୍ଜୀ, ଲିଓ କ୍ଲବ ସଭାପତି ଏମ୍‌ଡି ରିହାନ, କୋଷାଧ୍ୟକ୍ଷ ୟସ ପଣ୍ଡା, ସ୍ଵରୂପ ସାହୁ, ସାହିଲ୍ ମେମନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.