ଗଞ୍ଜାମ ଥାନା ଅଞ୍ଚଳର ଚା-ପାନ ଦୋକାନୀ ଦୁଇଭାଇଙ୍କ ଅପହୃତ ହଇଚଇ ମାମଲା : ଦୁଇଭାଇ ବେଙ୍ଗାଲୁରୁ ସିଟିରେ ଏକ ଗଞ୍ଜେଇ କେସ୍‌ରେ ସଂଶ୍ଲିଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦ୍ଵାରା ଅପହୃତ ବୋଲି ହଇଚଇ ସୃଷ୍ଟି କରିଥିବା ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁ ଦୁଇଭାଇଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି । ସେମାନଙ୍କୁ କେହି ଅପହରଣ କରି ନେଇନାହାନ୍ତି । ସେ ଦୁଇଜଣଙ୍କୁ କର୍ଣ୍ଣାଟକ ପୋଲିସ କାବୁ କରି ନେଇ ଗିରଫ କରିଛି ବୋଲି ଗଞ୍ଜାମ ପୋଲିସ ପ୍ରଶାସନ କହିଛନ୍ତି । ସେମାନେ ବେଙ୍ଗାଲୁରୁର ଏକ ଗଞ୍ଜେଇ କେସ୍‌ରେ ସଂଶ୍ଳିଷ୍ଟ ଅଛନ୍ତି ବୋଲି ପୋଲିସ ସ୍ୱଷ୍ଟ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି(ଶୁକ୍ରବାର) ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଛକ ନିକଟ ରାଜପଥ ପାର୍ଶ୍ଵରେ ଥିବା ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁ ଅପହରଣ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଭିନ୍ନ ମୋଡ଼ ନେଇଛି । ସେମାନେ ଅପହରଣ ହୋଇନାହାନ୍ତି । ଗଞ୍ଜେଇ ଚୋରି ଭଳି ଏକ ଅପରାଧିକ ମାମଲାରେ ଜଡିତ ଥାଇ କର୍ଣ୍ଣାଟକ ପୋଲିସ ଉକ୍ତ ଚା-ପାନ ଦୋକାନକୁ ଆସି ପୋଲିସ ସିଭିଲରେ ବନ୍ଧୁକ ମୁନରେ ସେମାନଙ୍କୁ ଉଠାଇ ନେଇଥିଲା । ଗଞ୍ଜାମ ପୋଲିସ ଏହାର ଅନୁସନ୍ଧାନ କରିବା ଭିତ୍ତିରେ ଗଞ୍ଜାମ ସହର ଜାତୀୟ ରାଜପଥରେ ପ୍ରବଳ ଉତ୍ତେଜନା ପ୍ରବଣ ସୃଷ୍ଟି ହୋଇଥିଲା । ସତ୍ୟତାରେ ଅବଗତ ନଥିବାରୁ ଗ୍ରାମବାସୀଙ୍କ ସମେତ ବ୍ୟବସାୟୀ ଭାଇମାନେ ଓ ବନ୍ଧୁ ବାନ୍ଧବ ପରିଜନ ସମସ୍ତେ ୫ଘଣ୍ଟା ଧରି ଜାତୀୟ ରଜପଥ ଅବରୋଧ କରିଥିଲେ । ତନାଘନା ପରେ ଜଣାପଡିଥିଲା ଯେ, ସେମାନେ ଦୁବୃତ୍ତ ନୁହଁ କର୍ଣ୍ଣାଟକ ପୋଲିସ ଉଠେଇ ନେଇଛନ୍ତି ବୋଲି ପରେ ଜଣାପଡ଼ିଥିଲା । କୁହାଯାଏ ଯେ, ପୋଲିସ ପାଖରେ ଖବର ନଥାଇ କର୍ଣ୍ଣାଟକ ପୋଲିସ ଓଡିଶା ରାଜ୍ୟକୁ ଆସି କେମିତି ସାହସ କଲା ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଖୋଲତାଡ ଆରମ୍ଭ କରାଯିବାରେ ଏହା ଜଣାପଡିଥିଲା । ସେ ଦୁଇ ଭାଇଙ୍କୁ ବିଶାଖାପାଟଣାରେ ଥିବା ସୂଚନା ମିଳିଥିଲା । ପରେ ସେଠାରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ବୋଲି ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ କହିଛନ୍ତି । ପରେ ଏକ ସ୍ୱତନ୍ତ୍ର ଟିମ୍‌ ଗଞ୍ଜାମ ପୋଲିସ ମୁଖ୍ୟାଳୟରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା । ଏକ ହୋଟେଲରେ ଥିବା ଜାଣି ସେଠି ଗଞ୍ଜାମ ଟିମ୍ ପହଁଚି ଥିଲେ । ନିଖୋଜ ଦୁଇଭାଇ ଓ କର୍ଣ୍ଣାଟକ ପୋଲିସଙ୍କ ସହ କଥା ବାର୍ତ୍ତା ହୋଇଥିବା ବିଷୟ ଗଞ୍ଜାମ ଏସ୍‌ପି ସୂଚନା ଦେଇଥିଲେ । ବିଶାଖାପାଟଣାରେ ବର୍ତ୍ତମାନ ଦୁଇ ଭାଇ ଗଞ୍ଜାମ ଏବଂ କର୍ଣ୍ଣାଟକ ପୋଲିସର ଅଧୀନରେ ଥିବା ନେଇ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିବା ପରେ ଘର ଲେକେ ଆସ୍ଵସ୍ତି ପାଇଛନ୍ତି । ଦୁଇଭାଇ କେବେ ଘରକୁ ଫେରିବେ ବୋଲି ତାଙ୍କ ପରିବାର ଚାହିଁ ବସିଥିଲେ । କିନ୍ତୁ ସେ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିନେଇଛି ବୋଲି ଏବେ ଜଣାଗଲା । ସେମାନେ ଗଞ୍ଜେଇ କେସ୍‌ରେ ଏବେ ଛନ୍ଦି ହୋଇ ଗିରଫ ହେଲେ ବୋଲି ପୋଲିସ ପକ୍ଷରୁ ସ୍ୱଷ୍ଟ ହୋଇଛି ।

Leave A Reply

Your email address will not be published.