jayashree

ଦୁଇ ଭାଇକୁ ଅପହରଣ ଘଟଣାରେ ନୂଆ ମୋଡ଼ : ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତକାଲି ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଛକ ନିକଟ ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଅପହରଣ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଭିନ୍ନ ମୋଡ଼ ନେଇଛି । ସେମାନେ ଅପହରଣ ହୋଇନାହାନ୍ତି । କୌଣସି ଏକ ମାମଲାରେ ଜଡିତ ଥାଇ କର୍ଣ୍ଣାଟକ ପୋଲିସ ଦୋକାନରୁ ବନ୍ଧୁକ ମୁନରେ ସେମାନଙ୍କୁ ଉଠାଇ ନେଇଛି । ପୋଲିସ ଏହାର ସତ୍ୟତାରେ ଅବଗତ ନଥିବାରୁ ଗ୍ରାମବାସୀଙ୍କ ସମେତ ବ୍ୟବସାଇ ଭାଇମାନେ ଓ ବନ୍ଧୁ ବାନ୍ଧବ ପରିଜନ ସମସ୍ତେ ଜାତୀୟ ରଜେପଥ ଅବରୋଧ ୫ଘଣ୍ଟା ଧରି କରିଥିଲେ । ତନାଘନା ପରେ ଜଣାପଡିଥିଲା ଦୁବୃତ୍ତ ନୁହଁ କର୍ଣ୍ଣଟକ ପୋଲିସ ଉଠେଇ ନେଇଛନ୍ତି ବୋଲି । ପୋଲିସ ପାଖରେ ଖବର ନଥାଇ କର୍ଣ୍ଣାଟକ ପୋଲିସ ଓଡିଶା ରାଜ୍ୟରୁ କେମିତି ସାହସ କଲା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଖୋଲତାଡ ଆରମ୍ଭ କରାଯାଇଥିଲା ।

ବିଶାଖାପାଟଣାରେ ଦୁଇଭାଇ ଥିବା ସୂଚନା ମିଳିବା ପରେ ଟିମ୍‌ ଗଞ୍ଜାମରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇ ଏକ ହୋଟେଲରେ ପହଁଚି ଥିଲେ । ନିଖୋଜ ଦୁଇଭାଇ ଓ କର୍ଣ୍ଣାଟକ ପୋଲିସଙ୍କ ସହ କଥା ବାର୍ତ୍ତା ହୋଇଥିବା ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି । ବିଶାଖାପାଟଣାରେ ବର୍ତ୍ତମାନ ଦୁଇ ଭାଇ ଗଞ୍ଜାମ ଏବଂ କର୍ଣ୍ଣାଟକ ପୋଲିସର ଅଧୀନରେ ଥିବା ନେଇ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିବା ପରେ ଘର ଲେକେ ଆସ୍ଵସ୍ତି ପାଇଛନ୍ତି । ଦୁଇଭାଇ କେବେ ଘରକୁ ଫରିବେ ଚାହିଁ ବସିଛନ୍ତି ।

Leave A Reply

Your email address will not be published.