ଛତ୍ରପୁର ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ଉଦ୍‌ଘାଟିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଛତ୍ରପୁର ସହରାଞ୍ଚଳ ୧୧ ନମ୍ବର ୱାର୍ଡ଼ର ପୁରୁଣା ପୋଲିସଲାଇନ ସାହିରେ ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ଏନ୍.ଏ.ସି. ଉପାଧ୍ୟକ୍ଷ ଜି.ପାପା ରାଓଙ୍କ କରକମଳରେ ଏହା ଉଦ୍‌ଘାଟିତ ହୋଇଥିଵାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ (ଓଏଏସ୍‌), କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଚ୍ଛନ୍ଦା ସାମଲ, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜିବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ଯୁବ ବିଜେଡି ସଭାପତି ସନମୁଖ ପଟ୍ଟନାୟକ ଏବଂ ଏନ୍.ଏ.ସି.ର ପ୍ରାକ୍ତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପୋଖରୀ ତୁଠ ଶୁଦ୍ଧିକ୍ରିୟା ଗୃହ ଉଦ୍‌ଘାଟିତ ହେବା ଯୋଗୁଁ ବହୁ ଲୋକମାନେ ଖୁସିବ୍ୟକ୍ତ କରିଛନ୍ତି । ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯାହାକି ଏହି ଗୃହ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ ହେବା, ସ୍ତ୍ରୀ ଲୋକମାନେ ଲୁଗାପଟା ବଦଳାଇବା ଆଦିରେ ବ୍ୟବହାରରେ ଆସିବ ଏବଂ ଶୁଦ୍ଧିକ୍ରିୟାରେ ସ୍ୱତନ୍ତ୍ର ଭାବେ ବ୍ୟବହାରରେ ଆସିବ । ଏଥିଲାଗି ଲୋକେ ବହୁ ଉପକୃତ ହେବେ । ଏହି ଯୋଜନାରେ ଛତ୍ରପୁର ସହରାଞ୍ଚଳର ସମସ୍ତ ୱାର୍ଡ ଅନ୍ତର୍ଗତ ମୁଖ୍ୟତଃ ରିକାପଲ୍ଲୀ ଗେଟବନ୍ଧ, ପୁତ୍ତିଗୋପାଳପୁର ବନ୍ଧ, ଅଲକାଟାବନ୍ଧ, ହାତୀବନ୍ଧ, ରେଳଷ୍ଟେସନ ରୋଡ଼ର ବ୍ରାହ୍ମଣୀବନ୍ଧ ଆଦିର ପୁନଃନିର୍ମାଣ, ପୁନଃରୁଦ୍ଧାର କାର୍ଯ୍ୟକରାଯାଇ ପ୍ରସ୍ତାବିତ ସୌନ୍ଦର୍ଯ୍ୟକରଣ ଆଦି ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ କରାଯାଇ ଏହି ସମସ୍ତ ପୋଖରୀ ତୁଠରେ ମଧ୍ୟ ଶୁଦ୍ଧିକ୍ରିୟା ଗୃହ ନିର୍ମାଣ କରାଯିବା ନିମନ୍ତେ ଜନସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.