ମାଣ୍ଡୋସିଲ ଗ୍ରାମରେ ବିଜେପି ଜନ ସମ୍ପର୍କ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ ଭାବେ ଜନ ସଂପର୍କ ଯାତ୍ରା ଚାଲିଛି । ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ମଣ୍ଡଳ ମାଣ୍ଡୋସିଲ ଗ୍ରାମଠାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଜନ ସଂପର୍କ ଯାତ୍ରା ହୋଇଥିଲା । କେନ୍ଦ୍ରରେ ମୋଦୀ ସରକାର ୯ ବର୍ଷର ଶାସନରେ କିଭଳି ଦେଶର ପ୍ରଗତି ହୋଇଛି ଓ ସାରା ବିଶ୍ୱରେ ଭାରତ ଦେଶର ମାନ ସମ୍ମାନ ବଢିବା ସହ ଦେଶ ମୋଦୀଙ୍କ ନେତୃତ୍ୱରେ ବିଶ୍ୱଗୁରୁ ହେବା ଆଡକୁ ଅଗ୍ରସର କରୁଥିବା ବିଷୟରେ ଜନ ସାଧାରଣଙ୍କୁ ବୁଝାଇ ଥିଲେ । ଓଡ଼ିଶା ପ୍ରଦେଶର ବିକାଶ ପାଇଁ କେନ୍ଦ୍ରର ମୋଦୀ ସରକାର କିଭଳି ପର୍ଯ୍ୟାପ୍ତ ଅର୍ଥ ଓଡିଶା ସରକାରଙ୍କୁ ୯ ବର୍ଷ ଭିତରେ ପ୍ରଦାନ କରିଛନ୍ତି ତାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମଧ୍ୟ ଜନ ସାଧାରଣଙ୍କୁ ବାଣ୍ଟି ଦିଆଯାଉଥିଲା । ତା ସହିତ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ସଂଯୁକ୍ତ ମୋର୍ଚ୍ଚା ବିଷୟରେ ଆଲୋଚନା କରାଯାଇ ମୋର୍ଚ୍ଚାର ସଭାପତିମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଲଳିତ ଜଗତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସମ୍ପର୍କ ଯାତ୍ରାରେ ବିଜେପି ମାଣ୍ଡୋସିଲ ମଣ୍ଡଳ ଜିଲ୍ଲା ପରିଷଦ ଜୋନ ନଂ ୧ ଜିଲ୍ଳା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସାଧାରଣ ସମ୍ପାଦକ ଲାବଣ୍ୟ ରଣା, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, କୁଳମଣି ବେହେରା, ଗଜାନନ ପଟେଲ, ସୁବାଷ ହଂସ, ଚୂଡାମଣି ବାଗ, ଘନଶ୍ୟାମ ସାହୁ, ଦୁର୍ଲଭ ହରିପାଲ୍, ମାନସ ରଞ୍ଜନ ବରିହା, ସହଦେବ ମେହେର ଆଦି ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.