csstore

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ଓ ବନ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ଦିନ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ ବୋଡାସମ୍ବର ବ୍ଲକରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କୁ ସ୍ଵାଗତ କରାଯିବା ସହ ବନ ମହୋତ୍ସବ ପାଳନ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ୱ କରିଥିବା ବେଳେ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଓଟିଏସ୍ ରୁପେଶ୍ୱର ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ସିଂ ଭୋଇ ଓ ସମାଜସେବୀ ନିରୋଜ ଦୋରା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ପଦ୍ମପୁର ବନବିଭାଗ କର୍ମଚାରୀଙ୍କ ସହ ଜ୍ୟୋତ୍ସ୍ନା ରାଣୀ ସାହୁ, ଜୀବନାନନ୍ଦ ସାହୁ, ମିନତି ଦାସ, ମାନସ ରଞ୍ଜନ ଶତପଥୀ, ରବିନା ପଧାନ, ସଂଯୁକ୍ତା ଭୋଇ, ନିଳୀମା ରାଣୀ ମହାନ୍ତି, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ଏହି ସଭାରେ ସହାୟତା କରିଥିଲେ । ବନ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ପିଲାଙ୍କ ସହ ମିଶି ସମସ୍ତେ ଚାରାରୋପଣ କରିଥିଲେ ଓ ତାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ । ଶେଷରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.