oom

ବାବା ସାହେବଙ୍କ ମହାପରିନିର୍ବାଣ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ସମାଜ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଗେଟ୍‌ସରୋବର ପଡା ସ୍ଥିତ ଡା.ବି.ଆର.ଆମ୍ବେଦକର ପାଠାଗର ଠାରେ ବାବସାହେବ ଭୀମରାଓ ଆମ୍ବେଦଙ୍କର ୬୫ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ପୁଇଁନ୍ତଲା ବ୍ଲକ୍‌ ଶିକ୍ଷାଧିକାରୀ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି, ଦିନେଶ ନାଗ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଦଳିତ ଶିକ୍ଷକ ସଭାପତି ବସୁଦେବ ମୁଗ୍ରୀ, ଜିଲ୍ଲା ଦଳିତ ସମାଜର ଜିଲ୍ଲା ଆବାହକ ବିଜୟ ଚନ୍ଦ୍ର ବାରିକ, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ ପ୍ରମୁଖ ଯୋଗଦାନ କରି ଆଧୁନିକ ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଗଜମଣି ବାଗ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଦିନେଶ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶମ୍ଭୁ ନାଗ, ସୂର୍ଯ୍ୟମଣି ସୁନା, ସୁରେଶ ବାରିକ, ଜିତେନ୍ଦ୍ର କୁମ୍ଭାର, ମଙ୍ଗୁଲୁ ତାଣ୍ଡି, ଦଶମୁ ସୁନା, କିଶୋର କୁମ୍ଭାର, ଲୋକନାଥ ମହାନନ୍ଦ, ରାଜେଶ ପାଣିଗ୍ରାହୀ, ଦେବାଶିଷ ସୁନା, ହୃଷିକେଶ ପାଣିଗ୍ରାହୀ, ପ୍ରିୟଙ୍କା ଛତ୍ରିଆ ଏବଂ ଚନ୍ଦ୍ରମଣି ଛତ୍ରିଆ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.